କାଶୀନଗର ବ୍ଲକରେ ନିର୍ବାଚନ ପ୍ରଚାର ଶେଷ ବେଳକୁ ଜୋର୍ ଧରିଛି

0
159
କାଶୀନଗର ବ୍ଲକରେ ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୨) : କାଶୀନଗର ବ୍ଲକ ରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବାକୁ ଯାଉଛି । କାଶୀନଗର ବ୍ଲକରେ ନିର୍ବାଚନ ପ୍ରଚାର ଶେଷ ବେଳକୁ ବିଭିନ୍ନ ଦଳ ର ନେତା ମାନେ ପ୍ରଚାର ଶେଷ କରିବା ପାଇଁ ଡେରା ପକାଇଲେଣି ।

ସାଂସଦ ଙ୍କ ଆଜି ଓ ଆସନ୍ତାକାଲି ଏଠାରେ କଟାଇବା ସମ୍ଭାବନା ଅଛି । ସେପଟ ଏଜେଣ୍ଟ ଫର୍ମ ଦାଖଲ ଓ ଅନୁମତି ପାଇଁ ଆଜି ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଦଳ ର ସମର୍ଥକ ମାନେ ଭିଡ ଜମାଇଥିଲେ । କାଶୀନଗର ବ୍ଲକରେ ନିର୍ବାଚନ ପ୍ରଚାର ଶେଷ ବେଳକୁ ବ୍ଲକ ପରିସର ରେ ଜନ ସମୁଦ୍ର ହୋଇଯାଇଥିଲା । ସେପଟେ ନିର୍ବାଚନ ଅଧିକାରୀ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରସ୍ତୁତି କୁ ଶେଷ କରିବା ପାଇଁ ଲାଗି ପଡିଛନ୍ତି ।

ବାରମ୍ବାର ଶ୍ରୀ ରାମ୍ ଜୁନିଅର କଲେଜ ଯେଉଁଠି ଭୋଟ ବାକ୍ସ, ବେଲାଟ ନାନା ଉପକରଣ ବିତରଣ କେନ୍ଦ୍ର ନୂଆଁ ଭାବେ କରାଯାଇଛି ସେଠାକୁ ଗସ୍ତ କରି ସମୀକ୍ଷା ଓ ତଦାରଖ କରୁଛନ୍ତି । ଆସନ୍ତା କାଲି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏଣୁ ବିଭିନ୍ନ ରାଜନୈତିକ ଦଳ କୌଣସି ମୁହୂର୍ତ୍ତ କୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି ।