ରାୟଗଡ଼ା ଜିଲ୍ଲାପାଳ ଙ୍କ ମୁନିଗୁଡା ବ୍ଲକ ଗସ୍ତ : ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ

0
185
ରାୟଗଡ଼ା ଜିଲ୍ଲାପାଳ ଙ୍କ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, ତା-(୧୭/୦୨) : ମୁନିଗୁଡା ପଞ୍ଚାୟତ ସମିତି ର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମୀକ୍ଷା ଓ ଅନୁଧ୍ୟାନ ରାୟଗଡ଼ା ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା ।

ଆଜି ରାୟଗଡ଼ା ଜିଲ୍ଲାପାଳ ଙ୍କ ମୁନିଗୁଡା ବ୍ଳକ ଗସ୍ତ ସମୟରେ ତେଲେଙ୍ଗାପଦର ଉଚ୍ଚ ବିଦ୍ୟାଳୟ, କୁମୁଡାବାଲି ଉଚ୍ଚ ବିଦ୍ୟାଳୟ, ମୁନିଗୁଡା, ଶିବାପାପଦର, ପlତ୍ରଗୁଡା ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଦି ୬ ଟି ବିଦ୍ୟାଳୟ ର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତମାନ ର କରିବା ନିମନ୍ତେ ଵିଶେଷ କରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବା ଉପରେ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିଥିଲେ l

ଏହି ଗସ୍ତ ବେଳେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତ ବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତବେଳେ ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ l

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମୁନିଗୁଡା ବି.ଡି.ଓ, ଜିଲ୍ଲା ଶିକ୍ଷା ଅଧିକାରୀ, ଏ.ଇ.ଇ ସଂପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକର ଜେ.ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।