Related Contents

କନ୍ଧମାଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ଜଣଙ୍କ ସାମୁହିକ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳର ବାଲିଗୁଡା ବ୍ରାହ୍ମଣୀ ଗାଁ ପୁଇଗୁଡା ଗଙ୍ଗାଡଦୁଆ ଘାଟିରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ଦଶଜଣଙ୍କ ସାମୁହିକ ଶେଷକୃତ୍ଯ କଲିଂ ଗାଁ ଓ ଗଦାପୁର ଗାଁରେ ଶେଷ ହୋଇଛି ।

କିଏ ନିଜ ପୁଅକୁ ହରାଇଲା ତ ଆଉ କିଏ ନିଜ ଝିଅକୁ କିଏ ତାଙ୍କ ସ୍ବାମୀକୁ ହରାଇଲା ତ ଆଉ କିଏ ନିଜ ସ୍ତ୍ରୀକୁ | ଘଟଣା ପରେ ଗାଁରେ କାହାରି ଘରେ ଚୁଲି ଜଳିନି ଶେଷ ଦର୍ଶନ କରିବା ପାଇଁ ଆଖ ପାଖ ଗ୍ରାମବାସୀ ରୁଣ୍ଡ ହୋଇଛନ୍ତି କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି । ଧର୍ମ ଯାଜକଙ୍କ ଉପସ୍ଥିତିରେ ଖ୍ରୀଷ୍ଟଧର୍ମର ପରମ୍ପରା ଅନୁସାରେ ଶେଷକୃତ୍ଯ ସମ୍ପନ୍ନ ହୋଇଥିଲା । ସଚେତନତା ଅଭାବରୁ ଏବଂ ଦୁର୍ଘଟଣା ଘଟିଥିବା ଗାଡିର ଫିଟନେସ ନଥିବା ସହିତ ଡ୍ରାଇଭର ମଦପିଇ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଗ୍ରାମବାସୀ । ଗାଡି ଚାଳକ ରଂଜନ ମଣ୍ଡଳ ଘଟଣା ପରେ ଫେରାର ଥିବାବେଳେ ପୋଲିସ ଏ ଯାଏଁ ଗିରଫ କରି ନାହିଁ ତତସହିତ ସରକାର ପକ୍ଷରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ରାଶିକୁ ବୃଦ୍ଧି କରିବାସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ |

Comments are closed.