Friday, March 29, 2024

Top 5 This Week

Related Posts

୨୦୨୨ ରେ ନୂଆ ଭୋଟର ଭାବେ ଜଡ଼ିତ ଯୁବ ଭୋଟରଙ୍କ କାର୍ଡ ଆସିଲା ନାହିଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୨) : ଗତ ୨୦୨୨ ରେ ପୌର ପରିଷଦ ରେ ଥିବା ୧୩ ଟି ୱାର୍ଡ ରେ ନୂଆ ଭୋଟର ଙ୍କୁ ଯୋଡିବା ପ୍ରକ୍ରିୟା ଚାଲିଥିଲା । କିନ୍ତୁ ସେମାନଙ୍କ ନୂଆ ଭୋଟର କାର୍ଡ ଆଉ ଆସିଲା ନାହିଁ ।

ଗଜପତି ଜିଲ୍ଲା ର ଏକ ମାତ୍ର ପୌର ପରିଷଦ ରେ ନୂଆ ଭାବେ ୧୮ ବର୍ଷ ପୂରଣ କରିଥିବା ଅନେକ ଯୁବକ ଓ ଯୁବତୀ ନିଜ ନାମ କୁ ଜଡ଼ିଥିଲେ । ଆନୁମାନିକ ପ୍ରାୟ ୮୦୦ ରୁ ଏକ ହଜାର ନୂଆ ଭୋଟର ଙ୍କ ଏବେ ସୁଦ୍ଧା ନୂଆ ଭୋଟର କାର୍ଡ ଆସିଲା ନାହିଁ । ଯାହା ଫଳରେ ଚଳିତ ୨୦୨୨ ରେ ପୌର ନିର୍ବାଚନ ରେ ସେମାନେ ସେମାନଙ୍କ ପ୍ରଥମ ଭୋଟ ଦାନ ରୁ ବଞ୍ଚିତ ହେବେ ।

ଏଣୁ ସେମାନେ କାହାକୁ ଗୁହାରି କରିବେ ? ଏସବୁ ପ୍ରକ୍ରିୟା ଅନଲାଇନ୍ ରେ କରାଯିବା ଦ୍ଵାରା ଏହି ନୂଆ ଭୋଟର ଆଉ ଯୋଡ଼ି ହୋଇପାରିଲେ ନାହିଁ ବୋଲି କିଛି ବି ଏଲ୍ ଓ ଆଲୋଚନା କରୁଛନ୍ତି ।

Popular Articles