ଗୁମ୍ମା ବ୍ଲକ୍ ରେ ବିଜେଡ଼ି ମହା ସଭା : ଯୋଗ ଦେଲେ ଅଭିନେତ୍ରୀ ଲିପ୍ସା ମିଶ୍ର

0
196
ଗୁମ୍ମା ବ୍ଲକ୍ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୨) : ଗଜପତି ଜିଲ୍ଲା ର ଗୁମ୍ମା ବ୍ଲକ୍ ରେ ଗତ ଶୁକ୍ରବାର ଦିନ ବିଜେଡ଼ି ତରଫରୁ ଏକ ମହା ସଭା ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 02 18 at 7.45.05 PM ଗୁମ୍ମା ବ୍ଲକ୍ ରେ ବିଜେଡ଼ି ମହା ସଭା : ଯୋଗ ଦେଲେ ଅଭିନେତ୍ରୀ ଲିପ୍ସା ମିଶ୍ର

ଆଜି ଦିନ ୧୧ ଟା ସମୟ ରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଦୀପ ନାୟକ ନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ତୁମ୍ଭ ନାଥ ପଣ୍ଡା, ଭଗବାନ ଗନ୍ତାୟତ, ପୂର୍ବତନ କର୍ପୋରେଟର ଶ୍ରୀ ଜଗଦୀଶ ଓ ଜିଲ୍ଲା ର ବଦଣ୍ଟ ଦାସ, ରାଜେନ୍ଦ୍ର ବେହେରା ଯୋଗ ଦେଇ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଉପସ୍ଥିତ କର୍ମୀ ମାନଙ୍କୁ ବୁଝାଇ ଥିଲେ । ଗୁମ୍ମା ବ୍ଲକ୍ ରେ ଦୁଇଟି ଜୋନ୍ ରହିଛି । ଉପସ୍ଥିତ କର୍ମୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ ।

ଶ୍ରୀ ସାହୁ ଗଜପତି ଜିଲ୍ଲା ପରିଷଦ ବିଜେଡ଼ି ଅକ୍ତିଆର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ବୈଠକ ଦିନ ୧୧ ଟା ରେ ଆରମ୍ଭ ହୋଇ ସାଢେ଼ ୨ ଟା ପର୍ଯ୍ୟନ୍ତ ଚାଲିଥିଲା । ଅନ୍ୟୁନ ୫ ହଜାର ଲୋକ ସମାଗମ ହୋଇଥିଲା ବୋଲି ଅନୁମାନ କରାଯାଉଛି ।