Related Contents

ଖପ୍ରାଖୋଲ ବ୍ଲକର କଳାକାର ସରକାରୀ ସହାୟତାରୁ ବଞ୍ଚିତ-ଉପଯୁକ୍ତ କଳାକାରକୁ ମିଳୁନି କଳାକାର ଭତ୍ତା

ଖପ୍ରାଖୋଲ(ଭୋଜରାଜ ବରିହା): ଏମାନଙ୍କ ପାଖରେ ନା ଅଛି କଳାକାରର ପରିଚୟ ନା ତାକୁ ମିଳୁଛି ସରକାରଙ୍କ ସହାୟତା । ଏମାନେ ପର୍ବ ପର୍ବପର୍ବାଣିରେ ଗାଁ ଗାଁ ଯାଇ କଳା ପ୍ରଦର୍ଶନ କରି ଯିଏ ଯାହା ଦୁଇ ପଇସା ଦେଲା ସେଥିରେ ସନ୍ତୁଷ୍ଟ ହୋଇ ଥାନ୍ତି ।

ଆଜିର ମଡ଼ନ ଯୁଗରେ ବୃଦ୍ଧା କଳାକାର ହୋଇଥିବାରୁ ଏମାନଙ୍କୁ ଷ୍ଟେଜରେ ଜାଗା ନାହିଁ । ଅତି ଦୁଃଖର ବିଷୟ ଚର୍ଚ୍ଚା ହେଉଛି ଯେ ଏମାନଙ୍କ ବଦଳରେ ଅନେକ ଡୁବ୍ଲିକେଟ କଳାକାର କଳାକାର ଭତ୍ତା ପାଇ ଘରେ ବସି ମସ୍ତି ନେଉଛନ୍ତି । ହେଲେ ଏମାନେ ଆଜି ଯାଏଁ ବିରୋଧ କରି ନାହଁ । କାରଣ ଏମାନେ ସରଳ ଆଦିବାସୀ କଳାକାର | ଗାଁ ଗାଁ ରେ ଯେଉଁ ଉତ୍ସlହରେ ତାଲି ମିଳିଥାଏ ତାହା ତାଂକ ବହୁତ କିଛି | ଖପ୍ରାଖୋଲ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ | ଏହି ଅଞ୍ଚଳରେ କଳା ସଂସ୍କୃତି ଭରପୁର, ହେଲେ ଏଠାକାର କଳାକାର ସରକାରୀ ସହାୟତାରୁ ବଞ୍ଚିତ | ଏଠାରେ ଡୁବ୍ଲିକେଟ କଳାକାର ମାନେ ଖପ୍ରାଖୋଲ ବ୍ଲକର ବୃଦ୍ଧା କଳାକାର ମାନଙ୍କୁ ସୁଯୋଗ ଦେଉନାହାନ୍ତି | ଏଣୁ କଳାକାର ମାନଙ୍କ ମତ ଅନୁଯାୟୀ କଳାକାର ଚୟନ କରାଯାଉ ଓ ଉପଯୁକ୍ତ କଳାକାରକୁ ସରକାରୀ ଭତ୍ତା ଦିଆଯାଉ ବୋଲି ମତ ପ୍ରକାଶ କରିଛନ୍ତି |

Comments are closed.