Friday, March 29, 2024

Top 5 This Week

Related Posts

ଆସନ୍ତା ୧୮ ତାରିଖରେ ବିନିକା ବ୍ଳକ ର ଉଭୟ ଜୋନରେ ଭୋଟ : ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେବା ସମ୍ଭାବନା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୨) : ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୧୩ ଟି ଜିଲ୍ଲା ପରିଷଦ ଜୋନ ରହିଛି । ଏଥିରୁ ଜୋନ ନଂ ୮ ଓ ୯ ବିନିକା ବ୍ଲକରେ ରହିଛି । ଏହି ବ୍ଲକରେ ଆସନ୍ତା ୧୮ ତାରିଖରେ ଭୋଟ ହେବ ।WhatsApp Image 2022 02 17 at 11.41.30 AM ଆସନ୍ତା ୧୮ ତାରିଖରେ ବିନିକା ବ୍ଳକ ର ଉଭୟ ଜୋନରେ ଭୋଟ : ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେବା ସମ୍ଭାବନା

ଉକ୍ତ ବ୍ଲକ ର ୮ ନଂ ଅର୍ଥାତ ୧ ନଂ ଜୋନ ର ୬ ଟି ପଞ୍ଚାୟତରେ ୪୩ ହଜାର ୮୨୩ ଜଣ ଭୋଟର ବିଜେଡ଼ି ର ଅରୁଣା ହରିପାଲ, ବିଜେପି ର ପ୍ରମିଳା କଲତା ଓ କଂଗ୍ରେସ ର ମଞ୍ଜୁଲତା ମହାନନ୍ଦଙ୍କ ମଧ୍ୟରେ ଆସନ୍ତା ୧୮ ତାରିଖରେ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେଉଛି । ସେହିପରି ଜିଲ୍ଲା ର ୯ ନଂ ଜୋନ ଅର୍ଥାତ ବ୍ଲକ ର ୨ ନଂ ଜୋନ ର ୧୦ ଟି ପଞ୍ଚାୟତ ର ୪୭ ହଜାର ୨୯୫ ଜଣ ଭୋଟର ବିଜେଡ଼ି ର ବଶିଷ୍ଠ ଭରାସାଗର, ବିଜେପି ର ଯୁବ ଇଞ୍ଜିନିୟର ବାବୁଲୁ ବିଶି, କଂଗ୍ରେସ ର ପ୍ରଦୀପ ସେଠୀଙ୍କ ମଧ୍ୟରେ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେଉଛି ।

ତେବେ ଉଭୟ ଜୋନରେ ତ୍ରୀମୁଖି ଲଢେଇ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ ୨୦୧୭ ନିର୍ବାଚନରେ ୧ ନଂ ଜୋନରେ ବିଜେପି ପ୍ରାର୍ଥୀ ଶୁଶାନ୍ତ ପଣ୍ଡା ୧୪ ହଜାର ରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବା ବେଳେ ୨ ନଂ ଜୋନରେ ମଧ୍ୟ ବିଜେପି ପ୍ରାର୍ଥୀନୀ ରୋହିଣୀ ଡାଙ୍ଗ ୯ ହଜାର ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ l ଏଥର କିନ୍ତୁ ନିର୍ବାଚନୀ ହାଉଆ ଭିନ୍ନ ଥିବା ମନେ ହେଉଥିବାରୁ ଉଭୟ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ନିଜେ ବିଜୟୀ ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।

ସେହିପରି ଏହି ବ୍ଲକ ର ୧୬ ଟି ଗ୍ରାମ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ମଧ୍ୟ ବିଜୟୀ ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଭୋଟ ଗଣତି ଦିନ କାହା ମୁଣ୍ଡରେ ହାତୀ ସୁନାର କଳସ ଢାଲୂଛି ।

Popular Articles