ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଜେଲରୁ ଖସି ପଳାଇବାକୁ ଉଦ୍ୟମ

ପାଟଣାଗଡ଼ (ଭୋଜରାଜ ବରିହା): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ଅପରାଧୀ ପୁଞ୍ଜିଲାଲ ମେହେର ଜେଲ୍ ରୁ ଖସିଯିବାକୁ ଉଦ୍ୟମ କରିଛି । ୬ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ ଉଦ୍ୟମ କରି ସେ ବିଫଳ ହୋଇଛି ।

ଆଜି ସକାଳେ ଜେଲରୁ ଖସିଯିବାକୁ ଗେଟ ପାଖକୁ ପଳାଇଥିଲେ ପୁଞ୍ଜିଲାଲ ଓ ୬ଡକାୟତ । ଏହା ପରେ ଜେଲ ୱାର୍ଡରଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଫଳରେ ଜେଲରେ ୧୫ରୁ ୨୦ ମିନିଟ ସାଇରନ ବାଜିଥିଲା । ପୁଞ୍ଜିଲାଲ ବାରମ୍ବାର ଜେଲରେ ଏଭଳି ଷଡଯନ୍ତ୍ର କରୁଥିବା ଜେଲ ୱାଡର କହିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଅନୁସନ୍ଧାନ ପରେ ଜଣାପଡ଼ିଥିଲା କି ବରକନ୍ୟାଙ୍କ ମା’ଙ୍କ ସହ ଚାକିରିଗତ ଶତ୍ରୁତା ହେତୁ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ପଠାଇ ଥିଲେ। ପୁଞ୍ଜିଲାଲ୍ ବଲାଙ୍ଗୀର ଭଇଁସା କଲେଜର ଅଧ୍ୟାପକ ଥିଲା । ସେହି କଲେଜରେ ସୌମ୍ୟଶେଖରଙ୍କ ମା ବି ଅଧ୍ୟାପକ ଥିଲେ । ପଦବୀ ପାଇଁ ସୌମ୍ୟଶେଖରଙ୍କ ମା’ ସହିତ ତାଙ୍କର ବିବାଦ ଥିଲା । ରାଗ ଶୁଝାଇବା ଲାଗି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ପୁଞ୍ଜିଲାଲ୍ ।

Comments are closed.