Thursday, March 28, 2024

Top 5 This Week

Related Posts

ମୋହନା ନିର୍ବାଚନ ମଣ୍ଡଳୀ ର ଖଜୁରୀ ପଡାରେ ଉପ ଜିଲ୍ଲାପାଳଙ୍କ ତଦାରଖ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୦୨) : ଗଜପତି ଜିଲ୍ଲା ର ମୋହନା ନିର୍ବାଚନ ମଣ୍ଡଳୀରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ର ମତଦାନ ଭୋଟ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବ ରେ ଶେଷ ହୋଇଥିବା ଜଣା ଯାଇଛି ।WhatsApp Image 2022 02 17 at 11.14.36 AM ମୋହନା ନିର୍ବାଚନ ମଣ୍ଡଳୀ ର ଖଜୁରୀ ପଡାରେ ଉପ ଜିଲ୍ଲାପାଳଙ୍କ ତଦାରଖ

ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ମୋହନା ନିର୍ବାଚନ ମଣ୍ଡଳୀ ର ଖଜୁରୀ ପଡା ର ଏକ ବିଦ୍ୟାଳୟ ରେ ପହଞ୍ଚି ତଦାରଖ କରିଛନ୍ତି । ଆସନ୍ତା ୧୮ ତାରିଖ ରେ ନୂଆଗଡ ଗୋଟିଏ ଜୋନ୍ ଓ ଉଦୟ ଗିରି ରେ ପଞ୍ଚାୟତ ନିର୍ବାଚନ ହେବ । ଏଣୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସମୀକ୍ଷା ଓ ସଜାଗ ପାଇଁ ତଦାରଖ କରାଯାଉଛି ।

ଏଥି ସହିତ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା ଆର୍. ଉଦୟ ଗିରି ବ୍ଲକ ରେ ପହଞ୍ଚି ନିର୍ବାଚନ ପରିଚାଳନା କେନ୍ଦ୍ର ବୁଲି ସମୀକ୍ଷା କରିଥିଲେ ।

Popular Articles