ପୁରୀ ଜିଲ୍ଲା ରେ ନିବାଚନୀ ହିଂସାକାଣ୍ଡ : ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୫୦ ରୁ ଅଧିକ ଲୋକ ଆହତ

0
169
ପୁରୀ ଜିଲ୍ଲା

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୧୭/୦୨) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ରାଜନୈତିକ ହିଂସା । ଅଲଣ୍ଡା ପଞ୍ଚାୟତ ର ୪ ନମ୍ବର ବୁଥ୍ ରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଭୋଟ୍ ଗ୍ରହଣ ଚାଲିଥିବା ବେଳେ ହଠାତ୍ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବୋମା ମାଡ଼ ସହ ଠେଙ୍ଗା ଓ ଢେଲା ପଥର ମାଡ ହୋଇଥିବା ଜଣାପଡ଼ିଛି ।

ଏଥିରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ କୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି । ଘଟଣାସ୍ଥଳରେ ଆଇଆଇସି ୨ ପ୍ଲାଟୁନ ଫୋର୍ସ, ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ପୁଣି ଥରେ ସୃଷ୍ଟି ନ ହେଉ ତେଣୁ ବୁଥ ଚାରିପଟେ କଡ଼ା ପହରା ଦେଉଛି ପୋଲିସ ।

ପଞ୍ଚାୟତ ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ଆକ୍ରମଣ ର ଶିକାର ହୋଇଛନ୍ତି ନ୍ୟୁଜ ୧୮ ଓ ନ୍ୟୁଜ ୭ ର ପ୍ରତିନିଧି । ନ୍ୟୁଜ ୧୮ ର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ନ୍ୟୁଜ ୭ ର ପ୍ରତିନିଧି ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆକ୍ରମଣ ର ଶିକାର ହୋଇଛନ୍ତି ।

ଆଜି ଦିନ ପ୍ରାୟ ୧୧ ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ବଢାଳ ପଞ୍ଚାୟତ ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ସେମାନେ ଖବର ସଂଗ୍ରହ ପାଇଁ ପହଞ୍ଚି ଥିଲେ । ଏହି ସମୟରେ କିଛି ଗୁଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ । କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସଂରଞ୍ଜାମ କୁ ଭାଙ୍ଗିବା ସହ ଛଡାଇ ନେଇଯାଇଛନ୍ତି । ଆକ୍ରମଣରେ ନ୍ୟୁଜ ୭ ର ରିପୋର୍ଟର ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆହାତ ହୋଇଥିବା ଜଣାପଡିଛି ।

ନିର୍ବାଚନ ପୂର୍ବରୁ ନୋଟ୍ ଫର ଭୋଟ୍

ନିର୍ବାଚନ ପୂର୍ବରୁ ନୋଟ୍ ଫର ଭୋଟ୍ । ପୋଲିସ ପାଟ୍ରୋଲିଂ ଗାଡିରେ ବଣ୍ଟା ଯାଉଥିଲା ଟଙ୍କା । ବିଧାୟକଙ୍କ ସମ୍ପର୍କୀୟ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଗାଡିରେ ଟଙ୍କା ନେଇ ପାଟଣାଗଡ଼ ପାଣ୍ଡେସରା ଗାଁରେ ପହଞ୍ଚି ଯାଇଥିଲେ ବିଧାୟକ ସରୋଜ ମେହେରଙ୍କ ସମ୍ପର୍କୀୟ ଭାଇ ସୁଜିତ ମେହେର । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇଥିଲେ । ସୁଜିତଙ୍କୁ କିଛି ସମୟ ଟଣା ଓଟରା କରିଥିଲେ ।

ବୌଦ୍ଧରେ ନିର୍ବାଚନୀ ହିଂସା

ବୌଦ୍ଧ ଜିଲ୍ଲା ହାତୀପାଲି ଗାଁରେ ନିର୍ବାଚନୀ ହିଂସା । ଗାଁ ର ଗୋବିନ୍ଦ ମହାପାତ୍ରଙ୍କ ଘର ଉପର କୁ ଆକ୍ରମଣ ହୋଇଛି । ତାଙ୍କ ଘର ର କବାଟ ଓ ଆଜ୍ବେସ୍ଟସ୍ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଗାଁ ର ବିଶ୍ୱାମ୍ବର ପାତ୍ର ଓ ଅନ୍ୟ ୩ ଜଣ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯଦି ଭୋଟ୍ ଦେବାକୁ ଯିବ ଜୀବନ ରୁ ମାରିଦେବାକୁ ଧମକ ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲଟ ବକ୍ସକୁ ପାଣିରେ ଫିଙ୍ଗିଦେଲେ

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଅଘଟଣ । ବ୍ରହ୍ମଗିରିରେ ବାଲଟ ବକ୍ସକୁ ପାଣିରେ ଫିଙ୍ଗିଦେଲେ ଦୁର୍ବୁତ୍ତ । ଚାପମାଣିକ ପଞ୍ଚାୟତ କାଶି ଝରିଆ ଗାଁରେ ଘଟିଛି ଏଭଳି ଘଟଣା । ୯ ନମ୍ବର ବୁ୍ଥ୍ ରେ ମତଦାନ ଚାଲିଥିବା ବେଳେ ବାଲାଟ ବକ୍ସକୁ ନେଇ ପାଣିରେ ଫିଙ୍ଗିଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛି ।