Related Contents

ଅଗ୍ନିଶମ ବିଭାଗ ଫୋନ ବି ଉଠେଇଲେନି-ନିଆଁ ଲାଗି ୨ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଭସ୍ମୀଭୂତ

ଗୁଣୁପୁର (ପ୍ରଦୀପ କୁମାର ପାତ୍ର): ଗୁଣୁପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମ ପଂଚାୟତର ଚିନ୍ତାଳଗୁଡା ଗ୍ରାମରେ ନିଆଁ ଲାଗି ୨ଗୋଟି ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ ନିକଟସ୍ଥ ୪ଗୋଟି ଘର ଅନେକାଂଶ ପୋଡ଼ିଯାଇଛି |

ବିଳମ୍ବିତ ରାତି ୧୨ଟା ୩୦ମିନିଟ ସମୟରେ ନିଅ ଲାଗିଯାଇଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ଆୟତ କରିବା ଚେଷ୍ଟା କରି ଗୁଣୁପୁରସ୍ଥ ଦମକଳ ବାହିନୀକୁ ଅବଗତ କରାଇଥିଲେ | ଘଟଣାଟି ରାତ୍ର ସମୟରେ ହୋଇଥିବାରୁ ଦମକଳ କେନ୍ଦ୍ରରେ କେହି ଫୋନ ଉଠାଇ ନ ଥିବା ଅଭିଯୋଗ ହୋଇଛି | ଘଟଣା ବିଷୟରେ ଖବର ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଗୁଣୁପୁର ଦମକଳ କେନ୍ଦ୍ରରେ ପହଂଚି ଅଭିଯୋଗ କରିବାରୁ ଦମକଳ ବାହିନୀ ଚିନ୍ତାଳଗୁଡାରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ |

Comments are closed.