Related Contents

କୈଳାଶପୁର ଠାରେ ୩୩/୧୧କେ ଭି ବିଦ୍ୟୁତ ସବଷ୍ଟେସନ ଉଦଘାଟିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ଠାରେ ୫କୋଟି ୬୦ଲକ୍ଷ ଟଙ୍କା ଖର୍ଚରେ ନିର୍ମିତ ୩୩/୧୧ବିଦ୍ୟୁତ ସବ ଷ୍ଟେସନକୁ ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି |

ଶ୍ରୀ ରାଓ କହିଛନ୍ତି ଏହି ଅଂଚଳରେ ଲୋ ଭୋଲ୍ଟେଜ ଯୋଗୁଁ ସ୍ଥାନୀୟ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଉଥିଲେ କିନ୍ତୁ ବର୍ତମାନ ଏହି ସବ ଷ୍ଟେସନ ଦ୍ୱାରା ଏହି ଅଂଚଳର ୭ଗୋଟି ପଂଚାୟତର ଲୋକେ ଉପକୃତ ହେବେ | ସମ୍ମାନିତ ଅତିଥି ରୂପେ ବିଷମକଟକ ବିଧାୟକ ଶ୍ରୀ ଜଗନ୍ନାଥ ସାରକା, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଯୋଗ ଦେଇଥିଲେ | ଜ଼ିଲ୍ଲାପାଳ ନିଜ ବକ୍ତବ୍ୟରେ କହିଛନ୍ତି ଏହି ସବ ଷ୍ଟେସନ ଦ୍ୱାରା ଏହି ଅଂଚଳର ଛାତ୍ର ଛାତ୍ରୀ ମାନେ ବହୁ ଉପକୃତ ହୋଇପାରିବେ | ସେମାନଙ୍କ ପାଠ ପଢାରେ ବିଜୁଳି ବହୁ ସହାୟକ ହୋଇପାରିବ | ଏହି ସବ ଷ୍ଟେସନ ଉଦଘାଟନ ପରେ ସ୍ଥାନୀୟ ଅଂଚଳ ବାସିଙ୍କ ମନରେ ବହୁ ଖୁଶିର ଲହରୀ ଖେଳିଯାଇଛି | ଉଦଘାଟନ କାର୍ୟକ୍ରମରେ ସାଉଥ କୋ ଡିଜିଏମ ପ୍ରତାପ କେଶରୀ ସାହୁ, ଏକ୍ସକୁଟୀଭି ଇଂଜିନୀର ପ୍ରଫୁଲ୍ଲ କୁମାର ଗୌଡ଼, ଇଂଜିନୀୟର ନାରାୟଣ ନାୟକ, ଏମ ଆର ଟି ଇଂଜିନିୟର ସୁଶାନ୍ତ କୁମାର ସାହୁ, ଗୁମୁଡା ଏସ ଡ଼ି ଓ ଜଗନ୍ନାଥ ପ୍ରସାଦ ନନ୍ଦ, ରାମନାଗୁଡ଼ା ଯେ ଇ ସମ୍ବିତ ସସମାଲ ଉପସ୍ଥିତ ଥିଲେ | ଏହାପରେ ରାଜ୍ୟସଭା ସାଂସଦ ୯ ଲକ୍ଷ ୫୦ ହଜାର ଟଂକାର ଅଟକଳରେ କୈଳାଶପୁର ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହର ଭୂମି ପୂଜନ କରିଥିଲେ |

Comments are closed.