କାଶୀନଗର ବ୍ଲକର ଶିଆଳି ଗ୍ରାମ ପଞ୍ଚାୟତ ରେ କଂଗ୍ରେସ୍ ର ମେଗା ରାଲି

0
136
କାଶୀନଗର ବ୍ଲକର ଶିଆଳି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୨) : କାଶୀନଗର ବ୍ଲକର ଶିଆଳି ପଞ୍ଚାୟତ ରେ କଂଗ୍ରେସ୍ ତା’ ର ବିଜୟ ବାନା ଉଡେଇବ ବୋଲି ସରପଞ୍ଚ ପ୍ରାର୍ଥୀ ରାମ୍ ପ୍ରସାଦ ପଟ୍ଟନାୟକ କହିଛନ୍ତି ।

ଏକଦା କାଶୀନଗର ବ୍ଲକର ଶିଆଳି ଗ୍ରାମ ପଞ୍ଚାୟତରେ ଗତ ଦୁଇ ଥର ନିର୍ବାଚନ ରେ ଭୋଟର ସମାନ ସମାନ ଆସନ କଂଗ୍ରେସ୍ ଓ ବିଜେଡ଼ି କୁ ଦେଇ ଆସୁଥିଲେ । କିନ୍ତୁ ଘୋଡ଼ା ବେପାର ଆଗରେ କଂଗ୍ରେସ୍ ଦୁଇ ଥର ହାତ ଛଡ଼ା ହୋଇ ଯାଇଥିଲା । ବର୍ତ୍ତମାନ କଂଗ୍ରେସ୍ ର ଆଗ ଧାଡ଼ି ର ନେତା ସବୁ ବିଜେଡ଼ି ରେ ମିଶିଗଲେ ।

କିଛି ପୁରୁଣା ନେତା କଂଗେସ କୁ ଏଠାରେ ବଞ୍ଚାଇ ରଖିଛନ୍ତି । ସେଥି ମଧ୍ୟରୁ ରାମ୍ ପ୍ରସାଦ ଅନ୍ୟତମ । ସେ ଠାରେ ସରପଞ୍ଚ ହୋଇଥିଲେ । ଗତ ନିର୍ବାଚନ ରେ ତାଙ୍କ ସମର୍ଥିତ ପ୍ରାର୍ଥୀ ସରପଞ୍ଚ ହୋଇଥିଲେ । ବର୍ତ୍ତମାନ ସେ ନିଜେ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି । ଜୋନ୍ ୧ ରେ କଂଗ୍ରେସ୍ ବୋଦଲା ଅନୁରୋଧ କୁ ପ୍ରାର୍ଥୀ କରିଛି । ସେ ବୁଡ଼ିରା ପଞ୍ଚାୟତ ର ଭୋଟର ଅଟନ୍ତି । ଶିଆଳି ପଞ୍ଚାୟତ ରେ ସମିତି ପ୍ରାର୍ଥୀ ଭାବେ ସୋମେଶୁ କୁଣ୍ଡିଙ୍ଗି ନିର୍ବାଚନ ଲଢ଼ୁଛନ୍ତି । ସେ ଜଣେ ଆଦିବାସୀ ଯୁବକ ।