ମୋହନା ନିର୍ବାଚନ ମଣ୍ଡଳୀ ରେ ଷ୍ଟାର ପ୍ରଚାରକ ଭାବେ ବିଧାୟକ ଦାଶରଥିଙ୍କ ଜୋରଦାର ପ୍ରଚାର

0
138
ମୋହନା ନିର୍ବାଚନ ମଣ୍ଡଳୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୨) : ଗଜପତି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ମୋହନା ନିର୍ବାଚନ ମଣ୍ଡଳୀ ରେ ୬ ଟି ଜୋନ୍ ରହିଛି । ଆସନ୍ତା ୧୬ ତାରିଖ ରେ ମୋହନା ବ୍ଲକ୍ ରେ ନିର୍ବାଚନ ହେବାକୁ ଯାଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ମୋହନା ନିର୍ବାଚନ ମଣ୍ଡଳୀ ରେ ମୋହନା, ନୂଆଗଡ, ରାମଗିରି, ଉଦୟ ଗିରି ଓ ରାୟଗଡ ୪ ଟି ବ୍ଲକ ରହିଛି । ଏହି ୪ ଟି ବ୍ଲକ ରୁ ୬ ଟି ଜୋନ୍ ସର୍ବ ମୋଟ ୧୪ ଟି ଜୋନ୍ ଗଜପତି ପାଇଁ ରହିଛି । ମୋହନା ବିଧାୟକ ଭାବେ ଦାଶରଥି ଗୋମଂଗୋ ରହିଛନ୍ତି । ସେ ଷ୍ଟାର ପ୍ରଚାରକ ଭାବେ ଏହି ୬ ଟି ଜୋନ୍ ରେ ପ୍ରଚାର ଜୋରଦାର କରିଛନ୍ତି । ସେ ଜଣେ କଂଗ୍ରେସ ବିଧାୟକ

ଏହି ଅଞ୍ଚଳ ଗୁଡିକରେ ତାଙ୍କ ପତିଆରା ରହିଛି । ଏଣୁ ସେ ଆଶା ରଖିଛନ୍ତି ତାଙ୍କ ପ୍ରାର୍ଥୀ ମାନେ ଜିତିବେ । ଏପଟେ ବିଜେଡ଼ି ଓ ବିଜେପି ର ସଂଗଠନ ମଧ୍ୟ ରହିଛି । ଗତ କିଛି ଦିନ ତଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତି ବେହେରା ବିଜେଡ଼ି ରେ ସାମିଲ୍ ହୋଇଛନ୍ତି । ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମଧ୍ୟ ଜୋରଦାର ଏହି ଗଡ଼ ରେ ବିଜେଡ଼ି ର ପ୍ରଚାର କରୁଛନ୍ତି ।

ବିଜେପି ହିନ୍ଦୁ ଭୋଟର ଉପରେ ଆଶା ରଖିଛି । ନୂଆଗଡ, ରାମଗିରି ଉଦୟ ଗିରି ରେ ୧୮ ତାରିଖ ରେ ନିର୍ବାଚନ ହେବ । ଏଣୁ ସମୟ ହିଁ କହିବ ହାତୀ କାହା ମୁଣ୍ଡରେ କଳସ ଢାଳିବ ?