Related Contents

ମିଶ୍ରଣ ପର୍ବରେ ଝାରସୁଗୁଡା ବିଧାୟକ ନବ ଦାସ ବିଜେଡିରେ ମିଶିଲେ-ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ

ଝାରସୁଗୁଡ଼ା (ଓଡ଼ିଶା ନ୍ୟୁଜ୨୪): ବିଜେଡିରେ ଯୋଗଦେବା ପରେ ଝାରସୁଗୁଡ଼ା ବିଧାୟକ ପଦରୁ ଇସ୍ତଫା ଦେବେ ନବ ଦାସ । ଏଥିପାଇଁ ସେ ବାଚସ୍ପତିଙ୍କୁ ଚିଠି ଲେଖି ସମୟ ମାଗିଛନ୍ତି । ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଇସ୍ତଫା ଦେବେ ବୋଲି ସେ ଚିଠିରେ ଲେଖିଛନ୍ତି ।

କିଛି ଦିନ ତଳେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଆଜି ବିଜେଡିରେ ଯୋଗଦେଇଥିଲେ । ନବ ଦାସଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷ ଓ ୭ ଜଣ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି । ଏହା ସହିତ ୫ଟି ବ୍ଲକ୍‌ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ମିଶିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ସାଂସଦ ଡ଼. ପ୍ରଭାସ ସିଂହ, ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଓ ଅନୁପ ସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.