ଆଜି ହେବ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଶୁଣାଣି

0
131
ଆଜି ହେବ କର୍ଣ୍ଣାଟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ବେଙ୍ଗାଲୁରୁ, (୧୬/୦୨) : କର୍ଣ୍ଣାଟକ ରୁ ଆରମ୍ଭ ହୋଇ ଥିବା ହିଜାବ ବିବାଦ ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି । ଆଜି ହେବ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ଥିଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ର ଶୁଣାଣି କରିବେ ।

ଏହି ମାମଲା ର ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହେବାର ଥିଲା । କିନ୍ତୁ କୋର୍ଟ ଏହାକୁ ବୁଧବାର ଯାଏଁ ମୁଲତବି ରଖିଥିଲେ, ତେଣୁ ଆଜି ହେବ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଶୁଣାଣି । ସେପଟେ ହିଜାବ କୁ ନେଇ କର୍ଣ୍ଣାଟକରେ ବନ୍ଦ ଥିବା ସ୍କୁଲ କଲେଜ ଗତ କାଲି ଖୋଲିଛି । ସେହିପରି ଧାର୍ମିକ ବିଦ୍ୱେଷ ସୃଷ୍ଟି କରି ସମାଜ କୁ ଭାଙ୍ଗୁ ଥିବା ଧାର୍ମିକ ସଂସ୍ଥା ଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ, କିଛି ଧର୍ମୀୟ ସଙ୍ଗଠନ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାର କରି ସମାଜକୁ ବିଭାଜିତ କରୁଛନ୍ତି । ତେଣୁ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ମାମଲା ର ଶୁଣାଣି ପର୍ଯ୍ୟାୟରେ ଥିବାରୁ ଚୂଡ଼ାନ୍ତ ରାୟ ନ ଆସିବା ପୂର୍ବରୁ ଧାର୍ମିକ ପୋଷାକ ଉପରେ ରୋକ ଲଗାଇଥିଲେ । ତେବେ ଗତକାଲି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣିରେ ବରିଷ୍ଠ ଓକିଲ ଦେବଦତ୍ତ କାମାତ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ ।

ସେ ଏକ ଦକ୍ଷିଣ ଆଫ୍ରିକୀୟ କୋର୍ଟ ରାୟର ଉଦାହରଣ ଦେଇଥିଲେ । ସେ ପ୍ରଶ୍ନ କରିଥିଲେ ଜଣେ ଦକ୍ଷିଣ ଭାରତୀୟ-ମୂଳ ହିନ୍ଦୁ ଝିଅ ନାକରେ ନୋଥ ପିନ୍ଧିପାରିବ ନା ନାହିଁ । ଏହା ୟୁନିଫର୍ମ ର ମାମଲା ନୁହେଁ, ବରଂ ଏହା ଏକ ବ୍ୟତିକ୍ରମ ର ମାମଲା । କାମାତ କହିଥିଲେ, ଆମ ସମ୍ବିଧାନ ସକାରାତ୍ମକ ଧର୍ମ ନିରପେକ୍ଷତା କୁ ଅନୁସରଣ କରେ, ଯାହା ତୁର୍କିଶ ଧର୍ମ ନିରପେକ୍ଷତା ପରି ନକାରାତ୍ମକ ନୁହେଁ । ଆମ ଧର୍ମ ନିରପେକ୍ଷତା ସମସ୍ତଙ୍କ ଧାର୍ମିକ ଅଧିକାର କୁ ସୁରକ୍ଷିତ ରଖେ । ତେବେ ମଙ୍ଗଳବାର ର ଶୁଣାଣି ଅଧା ରହିଥିଲା ଏବଂ ଆଜି ଏହାର ଶୁଣାଣି ହେବ ବୋଲି କୁହାଯାଇଛି ।