Friday, March 29, 2024

Top 5 This Week

Related Posts

ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠନ ହେଉଛି ନୂତନ ମୋର୍ଚ୍ଚା : ନେତୃତ୍ଵ ନେଉଛନ୍ତି ମମତା ଓ କେସିଆର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୫/୦୨) : ଭାରତୀୟ ଜନତା ପାର୍ଟି (ବିଜେପି) କୁ ୨୦୨୪ ରେ ହରାଇବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି ବିରୋଧୀ ଦଳ । ଏଥିପାଇଁ ଆଞ୍ଚଳିକ ଦଳ (ଅଣ ବିଜେପି) ଗୁଡିକୁ ଏକଜୁଟ୍ କରିବାକୁ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଆଉ ବିଜେପି ବିରୋଧୀ ମୋର୍ଚ୍ଚାରେ ମମତାଙ୍କ ସହ ହାତ ମିଳାଇଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଉଭୟ ମୁଖ୍ୟମନ୍ତ୍ରୀ ଅଣ ବିଜେପି ମୋର୍ଚ୍ଚା ଗଠନ କରିବାକୁ ପ୍ରୟାସ ଚଳାଇଛନ୍ତି । ଏହି କ୍ରମରେ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵ ନେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ ହେବାକୁ ଥିବା ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗ ଦେବାର ସମ୍ଭାବନା ରହିଛି ।

ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଖିବା ବାକି ରହିଲା ଦିଲ୍ଲୀରେ ହେବାକୁ ଥିବା ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଛନ୍ତି ନା ନାହିଁ । ବୈଠକରେ ଅଧିକରୁ ଅଧିକ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଯୋଡିବାକୁ ଚେଷ୍ଟା କରାଯାଉଛି । ମାର୍ଚ୍ଚ ୧୦ ରେ ପାଞ୍ଚ ରାଜ୍ୟ ର ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଏହି ବୈଠକର ଆୟୋଜନ ତାରିଖ ଘୋଷଣା କରାଯିବ ।

ଅଣ ବିଜେପି ମୋର୍ଚ୍ଚା ର ସ୍ଥିତି ଏବଂ ଆଭିମୁଖ୍ୟ କେମିତି ରହୁଛି ତାହା ଆଗାମୀ ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଭୋଟରେ ଜଣା ପଡିବ । ପାଞ୍ଚ ରାଜ୍ୟ ର ନିର୍ବାଚନ ପରେ ଦେଶରେ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଭାବେ ପ୍ରଥମ ରାଜନୈତିକ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ବିରୋଧୀ ପାର୍ଟି ଶାସକ ବିଜେପି ବିରୋଧରେ କେତେ ଏକଜୁଟ ହେଉଛନ୍ତି ତାହା ଜଣା ପଡିବ ।

ସୂତ୍ର ଅନୁଯାୟୀ, ଦିଲ୍ଲୀରେ ହେବାକୁ ଥିବା ବୈଠକରେ କଂଗ୍ରେସ ର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଟିଏମସି ଏବଂ ଟିଆରଏସ ର କହିବା କଥା ଏହି ମୋର୍ଚ୍ଚାରେ କଂଗ୍ରେସ ସାମିଲ୍ ହୋଇ ପାରିବ ମାତ୍ର ଏହାର ନେତୃତ୍ଵ ନେଇ ପାରିବ ନାହିଁ କି ସମାନ ଭାଗିଦାରୀ ପାର୍ଟି ହୋଇ ପାରିବ ନାହିଁ । ଏହି ଆଧାରରେ ଟିଏମସି ଏବଂ ଟିଆରଏସ ଉତ୍ତର ପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ର ମୁଖ୍ୟ ଅଖିଳେଶ ଯାଦବଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ଦେଶରୁ ବିଜେପି କୁ ହଟାଇବାକୁ ହେଲେ ୟୁପି ରୁ ପ୍ରଥମେ ହରାଇବାକୁ ପଡିବ । ସେଥିପାଇଁ ସମସ୍ତ ଆଞ୍ଚଳିକ ଦଳକୁ ଏକଜୁଟ ହେବାକୁ ପଡିବ ।

ଏହି ପରିପ୍ରେକ୍ଷୀରେ ଟିଆରଏସ ବଜେଟ୍ ଅଧିବେଶନ ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ଅଭିଯୋଗରେ ଆଗତ ପ୍ରସ୍ତାବରେ ଟିଏମସି, ଟିଆରଏସ ସହିତ ଅନେକ ବିରୋଧୀ ଦଳର ସାଂସଦ ଦସ୍ତଖତ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ କେନ୍ଦ୍ର ସରକାର ରାଜ୍ୟର ଅଧିକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଲଗାଇ ସମ୍ବିଧାନରେ ସଂଶୋଧନ ଦାବି କରିଛନ୍ତି । ସଂପ୍ରତି ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ମିଶି ବିଜେପିକୁ ୨୦୨୪ ରେ ଗାଦିଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛନ୍ତି ।

Popular Articles