Related Contents

ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ-ବୈପାରୀଗୁଡା

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମା ରକ୍ଷା ତାଲିମ ଶିବିର ଉଦଯାପନ ହୋଇଯାଇଛି |

ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବୈପାରୀଗୁଡା ତହସିଲଦାର ଜ୍ୟୋତି ପ୍ରକାଶ ସେଠି ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆତ୍ମା ସୁରକ୍ଷାର ଆବଶ୍ୟକତା ବିଷୟରେ ବୁଝାଇଥିଲେ ଏବଂ ବିଭିନ୍ନ ଉଦାହରଣ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ | ଗତ ୦୪.୦୧.୨୦୧୯ ଠାରୁ ୨୧.୦୧.୨୦୧୯ ପର୍ଯ୍ୟନ୍ତ ଏହି ଆତ୍ମା ରକ୍ଷା ତାଲିମ କୁ ଭୁବନେଶ୍ୱର ରେ ତାଲିମ ପ୍ରାପ୍ତ ଏହି ଅଂଚଳର ସୁଭାଗିନୀ ପ୍ରଧାନ, ରୀନାଲି ଗୌଡ଼ ଓ ଲଛମା କାରଲିଆ ପ୍ରଶିକ୍ଷିକା ଭାବେ ତାଲିମ ଦେଉଥିଲେ | ଅତିଥିଙ୍କ ଦ୍ୱାରା ଏହି ଅନୁଷ୍ଠାନ ର ମୋଟ ୧୦୫ ବାଳିକାଙ୍କୁ ଆତ୍ମରକ୍ଷା ତାଲିମର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା |

କାର୍ଯ୍ୟକ୍ରମର ସଭାପତି ତଥା ଅନୁଷ୍ଠାନ ର ଅଧ୍ୟକ୍ଷ କୁମୁଡ଼ ରଞ୍ଜନ ମହାରଣା ଏହି ଶିବିରର ସଂଯୋଜକ ଇଂରାଜୀ ଅଧ୍ୟାପକ ଭଗବାନ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥବା ବେଳେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ସହକର୍ମୀ ସହଯୋଗ କରିଥିଲେ |

Comments are closed.