Friday, August 7, 2020
Home Children Issue ବୈପାରୀଗୁଡା ରେ ନେତାଜୀ ଜୟନ୍ତୀ ପାଳନ

ବୈପାରୀଗୁଡା ରେ ନେତାଜୀ ଜୟନ୍ତୀ ପାଳନ

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): ସ୍ଥାନୀୟ ନେତାଜୀ ଯୁବକ ସଂଘ ତରଫରୁ ବୈପାରୀଗୁଡା ବ୍ଲକ ପୂଜାରୀଗୁଡା ପଂଚାୟତ ବାଷିଣିଗୁଡା ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମ ଦିନ ପାଳନ ହୋଇଯାଇଛି|

ଏହି ଅବସରରେ ବୈପାରୀଗୁଡା ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ବ୍ଲକ ର ସଦସ୍ୟଙ୍କୁ ନେତାଜୀ ଙ୍କ ଯିବନି ତଥା ଭାରତ ସ୍ୱାଧୀନତା ପାଇଁ କିପରି ସଂଗ୍ରାମ କରିଥିଲେ ତାହା ଆଲୋକପାତ କରିଥିଲେ | ଅତିଥି ମଧ୍ୟରୁ ପୂଜାରୀଗୁଡା ସରପଞ୍ଚ ଦେବୀଙ୍କ ପୂଜାରୀ, ଫ୍ରେଣ୍ଡ୍ସ କ୍ଲବ ସଭାପତି ମଧୁସୂଦନ ରାଉତ, ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ଓ ସାମ୍ବାଦିକ କଳ୍ପତରୁ ମହାନ୍ତି ଯୋଗଦେଇଥିଲେ |

ନେତାଜୀ ଯୁବକ ସଂଘ ର ସଭାପତି ଭୀମସେନ ବିଷୋୟୀ ଓ ସମ୍ପାଦକ ଭଦ୍ର ପରଜା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଦସ୍ୟ ମଧ୍ୟରୁ ଶଙ୍କର ହରିଜନ,ମୁଦି ମାଝୀ, ଅର୍ଜୁନ ପରଜା, ଧନିଆ ପରଜା, ସହଯୋଗ କରିଥିଲେ | ସେହିପରି ବୈପାରୀଗୁଡା ଶିଶୁ ମନ୍ଦିର, ମୋର୍ଡେନ ଇଂରାଜୀ ବିଦ୍ୟାଳୟ, ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟ ନେତାଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: