ପୁଣି ଦେଖିବାକୁ ମିଳିଲା ବୌଦ୍ଧ ଜିଲ୍ଲା ରେ ରାଜନୈତିକ ହିଂସା

0
134
ପୁଣି ଦେଖିବାକୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୪/୦୨) : ବୌଦ୍ଧ ଜିଲ୍ଲା ରେ ପୁଣି ଦେଖିବାକୁ ମିଳିଛି ରାଜନୈତିକ ହିଂସା ! ବୌଦ୍ଧ ଜିଲ୍ଲା ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଙ୍କ ଗାଡ଼ି କୁ ପଥର ମାଡ଼ ହେଇଥିବା ଅଭିଯୋଗ ହୋଇଛି ।WhatsApp Image 2022 02 15 at 9.30.17 AM 1 ପୁଣି ଦେଖିବାକୁ ମିଳିଲା ବୌଦ୍ଧ ଜିଲ୍ଲା ରେ ରାଜନୈତିକ ହିଂସା

ମିଳିଥିବା ସୂଚନା ଅନୁଯାୟୀ ଇଂ ତ୍ରିପାଠୀ ଭାରତୀୟ ଜନତା ପାର୍ଟି ତରଫରୁ ୪ ନମ୍ବର୍ ଜୋନ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନ ରେ ପାଦ ଥାପିଥିବା ବେଳେ ପୁଣି ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା । ଆଜି ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତ ବେନାମୁଡ଼ା ଗାଁ ରୁ ପ୍ରଚାର୍ ସାରି ଫେରୁଥିବା ସମୟରେ ରାତି ୮ ଟା ବେଳେ ତାଙ୍କ ପ୍ରଚାର୍ ଗାଡ଼ିକୁ ଏବଂ ପ୍ରାର୍ଥୀଙ୍କ ଗାଡ଼ିକୁ କିଛି ଲୋକ ୮-୧୦ ପଥର ମାରି ଥିଲେ ।

ଯାହାକି ଜନସାଧାରଣ ପାଖରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଗଣମାଧ୍ୟମ ଆଗରେ କରିଛନ୍ତି ।