ପୁଳୱାମା ଆତଙ୍କବାଦୀ ଆକ୍ରମଣ ରେ ସହିଦ ଭାରତୀୟ ବୀର ଯବାନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

0
188
ପୁଳାୱାମା ଆତଙ୍କବାଦୀ ଆକ୍ରମଣ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୦୨) : ଫେବୃଆରୀ ୧୪ କୁ ସମଗ୍ର ଦେଶରେ ପ୍ରେମ ଦିବସ ପାଳୁଥିବା ବେଳେ ୨୦୧୯ ଫେବୃଆରୀ ୧୪ ତାରିଖ ଅପରାହ୍ନ ୩ ଟାରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ପୁଳୱାମା ଆତଙ୍କବାଦୀ ଆକ୍ରମଣ ।

ଏହି ପୁଳୱାମା ଆତଙ୍କବାଦୀ ଆକ୍ରମଣ ରେ IED ବ୍ୟବହାର କରାଯାଇଥିଲା । ଏହି ବିସ୍ଫୋରଣରେ ଦେଶ ମାଁ ଙ୍କ ସେବାରେ ୪୦ ଜଣ ବୀର ଭାରତୀୟ ଯବାନ ପ୍ରାଣ ହରାଇଥିଲେ । ଏହି କଳା ଦିନ ଟିକୁ ମନେ ରଖିବା ଓ଼ ବୀର ଯବାନ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତିଲେଶ୍ୱର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପାଳିତ ହୋଇଛି କ୍ୟାଣ୍ଡେଲ ଶୋଭାଯାତ୍ରା

ବିଦ୍ୟାଳୟ ର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଗତ କାଲି ସନ୍ଧ୍ୟା ରେ କ୍ୟାଣ୍ଡେଲ ଜଳାଇ ତିଲେଶ୍ୱର ବଜାର ପରିକ୍ରମା କରିବା ସହିତ, “ଭାରତ ମାତା କି ଜୟ, ବୀର ଯବାନ କି ଜୟ ” ନାରା ବାଜିରେ ଏହି ଶୋଭାଯାତ୍ରା ପାଳନ କରିଥିଲେ ।