Thursday, March 28, 2024

Top 5 This Week

Related Posts

ହାତରେ ଟୋକନ୍ ଥାଇ ଚାଷୀ କରୁଛନ୍ତି ଅଭାବି ବିକ୍ରି : ତହସିଲଦାରଙ୍କୁ ସ୍ମାରକପତ୍ର ଦେଲେ ଚାଷୀ

67fa1dd8 be1a 4aca aba2 81c9822db801 ହାତରେ ଟୋକନ୍ ଥାଇ ଚାଷୀ କରୁଛନ୍ତି ଅଭାବି ବିକ୍ରି : ତହସିଲଦାରଙ୍କୁ ସ୍ମାରକପତ୍ର ଦେଲେ ଚାଷୀରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୧୪/୦୨) : ବୋରିଗୁମ୍ମା ବ୍ଳକ ସରଗିଗୁଡା, ବିଜାପୁର, କଣାଗାଁ, ବାଣ୍ଡିଗୁଡା ଓ ବୋରିଗୁମ୍ମା ପଞ୍ଚାୟତରେ ଚାଷୀ ମାନଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି ପାଇଁ ଟୋକନ ବାହାରି ଥିବା ସତ୍ତ୍ବେ ହାତରେ ଟୋକନ୍ ଥାଇ ଧାନ କ୍ରୟ କରାଯାଉ ନ ଥିବା ଅଭିଯୋଗ ହୋଇଛି ।

ଆଜି ଏ ସଂକ୍ରାନ୍ତରେ ବୋରିଗୁମ୍ମା ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ତହସିଲଦାର ଶ୍ରୀ ସୁବାସ ଚନ୍ଦ୍ର ରୟତ ଅନୁପସ୍ଥିତ ଥିବା ବେଳେ ଫୋନ ଯୋଗେ ତହସିଲଦାର ତହସିଲଦାରଙ୍କ ଅନୁମତି ନେଇ କନିଷ୍ଠ ରାଜସ୍ବ ସହାୟକ ଶେଖର ଗାଦବା ଆବେଦନ ଗ୍ରହଣ କରିଛନ୍ତି । ଚଳିତ ମାସ ୩ ତାରିଖରୁ ଟୋକେନ ବାହାରିଥିଲେ ମଧ୍ୟ ଟାର୍ଗେଟ ସରିଯାଇଥିବା କହି ଏ ଯାଏଁ ବୋରିଗୁମ୍ମା ଲ୍ୟାମ୍ପ୍ସ ଦ୍ବାରା ଚାଷୀଙ୍କ ଧାନ କ୍ରୟ କରାଯାଉ ନାହିଁ । ଫଳରେ ହାତରେ ଟୋକନ୍ ଥାଇ କମ୍ ମୂଲ୍ୟରେ ଦଲାଲ ମାନଙ୍କୁ ଅଭାବୀ ବିକ୍ରୀ କରିବାକୁ ଚାଷୀ ବାଧ୍ୟ ହେଉଛନ୍ତି । ବ୍ୟାଙ୍କ ଋଣ ପରିଶୋଧ କରିବା, ବିବାହ ବ୍ରତାଦି ସାମାଜିକ ଉତ୍ସବ ସହ ପିଲାଙ୍କ ପାଠପଢ଼ା କାରଣରୁ ଚାଷୀ ବାଧ୍ୟ ହୋଇ ଅଭାବୀ ବିକ୍ରୀ କରୁଛନ୍ତି ।

ତେଣୁ ଟାର୍ଗେଟ ନ ଆସିଲେ ତହସିଲ କାର୍ଯ୍ୟାଳୟ ପରିସରରେ ଅନଶନ କରିବାକୁ ଚାଷୀମାନେ ଚେତାବନୀ ଦେଇଥିବା ଜଣା ପଡିଛି । ଏହାର ନକଲ ବୋରିଗୁମ୍ମା ଲ୍ୟାମ୍ପ୍ସ ର ପରିଚାଳନା ନିର୍ଦ୍ଦେଶକ ଙ୍କୁ ପ୍ରଦାନ କରିବା ସହ କୋରାପୁଟ ଜିଲ୍ଲାପାଳଙ୍କୁ ଇ-ମେଲ୍ ଯୋଗେ ପଠାଯାଇଥିବା ଜଣା ପଡିଛି ।ସ୍ମାରକପତ୍ର ପ୍ରଦାନ ସମୟରେ ନରେଶ କନ୍ଦପାନ, ବଳଭଦ୍ର ଗୌଡ, ରମେଶ ଚନ୍ଦ୍ର ନାୟକ, ସୋମନାଥ ବିଷୋୟୀ, ଶତୃଘ୍ନ ନାୟକ, ଡମ୍ବରୁ ଭୁମିଆ, ଡମ୍ବରୁ ଗାଦବା, ଅର୍ଜୁନ ଗୌଡ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିବା ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles