Related Contents

କଲ୍ୟାଣସିହପୁର ବ୍ଲକ ସହକାରୀ ଉଚ୍ଚବିଦ୍ୟାଳୟ ମାଣ୍ଡିପଦରରେ ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କଲ୍ୟାଣସିହପୁର(ଅକ୍ଷୟ ପୀଡ଼ିସିକା): କଲ୍ୟାଣସିହପୁର ବ୍ଲକ ଅନ୍ତର୍ଗତ ପୋଲମା ଗ୍ରାମ ପଞ୍ଚାୟତର ମାଣ୍ଡିପଦର ଗ୍ରାମର ସହକାରୀ ଉଚ୍ଚବିଦ୍ୟାଳୟରେ ଗତ ତା ୧୧.୦୧.୨୦୧୯ ରିଖରେ ଗୁଣନିଧି ନାୟକ ସହକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିବା ସମୟରେ ୧୧ ତାରିଖ ଦିନ ଯୋତା ଓ ଡ୍ରେସ ବାଣ୍ଟିବା ବେଳେ ଏହିପରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି |

ରୁଷ୍କା କୋୖଶଲ୍ୟା (ବୟସ ୬) ପିତା ପୁରୁସୁ କୋୖଶଲ୍ୟା, ଭୁମିକା ଭିବର (ବୟସ ୯) ପିତା ବିଶ୍ବମ୍ବର ଭିବର, ହନସିକା ଭିବର (ବୟସ ୬) ପିତା ଜଗନ୍ନାଥ ଭିବର ଆଦି ପ୍ରଥମ ଶ୍ରେଣୀର ଛାତ୍ରୀ ମାନଙ୍କ ଇଜ୍ଜତରେ ଆଙ୍ଗୁଳି ପୁରେଇବା ଯୋଗୁଁ ପରିଶ୍ରା କରି ନ ପାରୁଥିବାରୁ ଘରେ ଯାଇ ପ୍ରକାଶ କରିଥିଲେ | ଅନ୍ୟ ଛାତ୍ରୀ ଯଥା ସପ୍ତମ ଅଧ୍ୟୟନ କରୁଥିବା ଛାତ୍ରୀମାନେ ବଡ ଥିବାରୁ ଘରେ ଲାଜ ପାଇଁ କହି ନ ଥିଲେ | ଏହି ପର ଘଟଣା ଶୁଣିଲା ପରେ ପରୁଷୁ ଶିକ୍ଷକକୁ ପଚାରିବାରୁ ବିଭିନ୍ନ ଭାଷାରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଗାଲି ଦେଇଥିଲେ | ଘଟଣା ସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ଇଜ୍ଜତ କଥାକୁ ବାହାର କରିବାକୁ ମନା କରିଥିଲେ| ବର୍ତ୍ତମାନ ଶିକ୍ଷା କମିଟି ଏବଂ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ଏହିପରି ଶିକ୍ଷକ ଆମ ସ୍କୁଲରେ ନୁହଁ କୋୖଣସି ସ୍କୁଲରେ ରହିଲେ ଛାତ୍ରୀ ମାନଙ୍କ ଇଜ୍ଜତ ନଷ୍ଟ ହେବ, ଏଣୁ ଏହି ଶିକ୍ଷକକୁ ତୁରନ୍ତ ଶିକ୍ଷକ ପଦ ରଦ୍ଧ କରିବା ପାଇଁ ଅଭିଯୋଗ ହୋଇଛି ।

Comments are closed.