ବଜାରରେ ଚାହିଦା ବଢ଼ାଉଛି ନିୟମଗିରିର ଲଙ୍ଗଳ କନ୍ଦା

0
442
ବଜାରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୧୪/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାରସାଲି ପଞ୍ଚାୟତ ର ନିୟମଗିରି ଅଞ୍ଚଳର ଡଙ୍ଗରିଆଙ୍କ ଲଙ୍ଗଳ କନ୍ଦା ବଜାରରେ ବେଶ ଚର୍ଚ୍ଚା ର ବିଷୟ ହେଉଛି ।

ନିୟମଗିରି ପାହାଡ ରୁ ଏହି ଲଙ୍ଗଳ କନ୍ଦା ଆନ୍ଦ୍ର ପ୍ରଦେଶ ଶତିଶଗଡ ରାଜ୍ୟରେ ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି । ବଜାରରେ ଗୋଟିଏ ଖଣ୍ଡ କନ୍ଦା ୬୦ ରୁ ୮୦ ଟଙ୍କା ହିସାବରେ ବିକ୍ରୟ କରିଥାନ୍ତି । ଏହି କନ୍ଦା ଖାଡ଼ିବା ପାଇଁ ବହୁତ ପରିଶ୍ରମ ହୋଇଥାଏ । ଏହି କନ୍ଦା ମାଟି ଭିତରେ ୫ ଫୁଟ ରୁ ୬ ଫୁଟ ଗଭୀର ଘାତ ଖୋଲି ବାହାର କାରିଥାନ୍ତି । ସେହି କନ୍ଦା କୁ କଲ୍ୟାଣ ସିଂହପୁର ବଜାର କୁ ଆଣି ଭାଗ ପକାନ୍ତି ।cceb71c7 b5f2 4a4a bc59 5f4b34c5b73c ବଜାରରେ ଚାହିଦା ବଢ଼ାଉଛି ନିୟମଗିରିର ଲଙ୍ଗଳ କନ୍ଦା

କେତେବେଳେ ତ ଭାଗ ହିସାବରେ ବିକ୍ରି କରୁଛନ୍ତି ଆଉ କେତେବେଳେ ଖଣ୍ଡ ହିସାବରେ ବିକ୍ରି କରନ୍ତି । ବହୁ ପରିଶ୍ରମ ରେ ଡଙ୍ଗରିଆ ମାନେ ଲଙ୍ଗଳ କନ୍ଦା କୁ ପରିବାର ପୋଷଣ ଭୋରଣ ପାଇଁ ଯେ କୌଣସି ବଜାର କୁ ବିକ୍ରୟ ପାଇଁ ଆଣନ୍ତି । କନ୍ଦା ବିକ୍ରି ହେଲେ ବଜାରରୁ ସଉଦା କିଣି ନିଅନ୍ତି ।  ଏ ପଟେ ଡଙ୍ଗରିଆଙ୍କ ନାମରେ ଓଡ଼ିଶା ସରକାର ଙ୍କ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡି କେ ଡି ଏ) ଅପିଲିପି ଭଲି ବିଭିନ୍ନ ସଂସ୍ଥା ମାନେ ବର୍ଷ କୁ କୋଟି କୋଟି ଟଙ୍କା ଆଣି ହରିଲୁଟ କରୁଥିବା ଦେଖିବା କୁ ମିଳିଛି ।30ab559b b27d 409b b011 e2e918ea0607 ବଜାରରେ ଚାହିଦା ବଢ଼ାଉଛି ନିୟମଗିରିର ଲଙ୍ଗଳ କନ୍ଦା

ଏପଟେ ପେଟପାଟଣା ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଆମ୍ବ, ପଣସ, ତେନ୍ତୁଳି, ହରଡ଼, ଜାମକୁଳି, କଣ୍ଠେଇ କଳି, ଏହିପରି ବିଭିନ୍ନ ପ୍ରକାର ର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ବଜାର ରେ ବିକ୍ରୟ କରନ୍ତି । ବିକ୍ରିହେଲେ ପରିବାର ଲୋକ ଙ୍କ ପାଇଁ ସଉଦା ପତ୍ର ନେଲେ ଘରେ ଚୁଲି ଜଳିବ ବୋଲି କାଡ୍ରାକା ବଣ୍ଡେଲି, ବାଙ୍ଗାପାଡି, ସିକପଦର, ଟେବାପଡା, ରାଇଲିମା, ଫାକେରୀ ଓ ପ୍ରାୟ ପାରସାଲି ପଞ୍ଚାୟତ ରେ ବସବାସ କରୁଥିବା ଡଙ୍ଗରିଆ ସିକକା ସେରେ ବିଡିକା ଲୁଡୁଗା ପ୍ରମୁଖ କହିଛନ୍ତି ।