ଜୋନ୍ ୨ ର କେ.ସୀତାପୁର ୱାର୍ଡ ୮ ରେ ମେଗା ରାଲି

0
210
ଜୋନ୍ ୨

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୪/୦୨) : ଗତ କାଲି ଜୋନ୍ ୨ ର କେ. ସୀତା ପୁର ଗ୍ରାମ ରେ ବିଜେଡ଼ି ର ଏକ ମେଗା ରାଲି ଅନୁଷ୍ଟିତ ହୋଇଯାଇଛି ।

ଜିଲ୍ଲା ପରିଷଦ ପ୍ରାର୍ଥୀ ଗଵରା ତିରୁପତି ରାଓ, ସମିତି ସଭ୍ୟ ପ୍ରାର୍ଥୀ ବାଳା ଶୟମ୍ମା, ସରପଞ୍ଚ ପ୍ରାର୍ଥୀ କେ. ତେଜେଶ୍ୱର୍ ରାଓ ଓ ବହୁ ବିଜେଡ଼ି କର୍ମୀ ଜୋନ୍ ୨ ର କେ.ସୀତାପୁର ୱାର୍ଡ ୮ ରେ ଏକ ମେଗା ରାଲି ରେ ଭାଗ ନେଇ ଡିଯେ ରେ ଗୀତ ବଜାଇ ନାଚି ନାଚି ଗ୍ରାମ ପରିକ୍ରମା କରିଥିଲେ । ପ୍ରକାଶ ଥାଉ କି ଏଥି ପୂର୍ବରୁ ଏହା ବିଜେଡ଼ି ର ଗଡ଼ ରହିଥିଲା । ସମିତି ସଭ୍ୟ ଓ ସରପଞ୍ଚ ବିଜେଡ଼ି ଛାଡ଼ି ବିଜେପି ଶହ ଚାଲି ଯାଇଥିଲେ ।

ଏବେ ବିଜେଡ଼ି ର ୪ଟି ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ସାରଥିଲା ବେଳେ ଆଗାମୀ ୨୨ ରେ ନିର୍ବାଚନ ହେବ । ବାଲା ଶାୟମ୍ମା ହେଉଛନ୍ତି ପୂର୍ବତନ ଜନତା ଦଳ ବିଧାୟକ ଦାରାପୁ ଲଛନା ନାଇଡ଼ୁ ଙ୍କ ନାତୁଣୀ ବୋହୂ ଅଟନ୍ତି । ଏଣୁ ସେଠାରେ ପୁଣି ବିଜେଡ଼ି ବାଜିମାତ କରିବ ବୋଲି ସାୟାମା ପ୍ରକାଶ କରିଛନ୍ତି ।