Related Contents

ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଦ୍ୱାରା କୋଂଗଡ଼ି ଗ୍ରାମରେ କମ୍ବଳ ବଣ୍ଟନ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର ପରିଷଦ(IHRC) ଟିମ ଦ୍ବାରା ସଦର ମହକୁମା ଠାରୁ ୧୫କିମି ଦୂର ଦୁର୍ଗମ, ଅବହେଳିତ ଏବଂ ସରକାରୀ ଅନୁଦାନରୁ ବଞ୍ଚିତ ଗ୍ରାମ କଂଗୋଡିକୁ ଦୀର୍ଘ ୧୨କିମି ମୋଟର ସାଇକେଲ ଏବଂ ୩କିମି ପାଦଚଲାବାଟ ଅତିକ୍ରମ କରିବାପରେ କଙ୍ଗୋଡି ଗ୍ରାମରେ ପହଞ୍ଚିଥିଲା ।

୭୦ବର୍ଷରୁ ଉର୍ଦ୍ଧ୍ବ ଦିନପରେ ଗ୍ରାମକୁ ପ୍ରଥମଥର ସରକାରଙ୍କ ତରଫରୁ ରାସ୍ତା ତିଆରୀ ଚାଲିଥିଲେ ମଧ୍ୟ ଗ୍ରାମରେ ମୌଳିକ ସୁବିଧାର ଅଭାବ ପରିଲକ୍ଷିତ ହେଉଥିଲା । ଗ୍ରାମରୁ ୫କିମି ଦୂରରେ ଅଙ୍ଗନବାଡି, ସ୍କୁଲ, ଗ୍ରାମପଞ୍ଚାୟତ,୧୫କିମିରୁ ଉର୍ଦ୍ଧ୍ଵ ଦୁରୁତ୍ବରେ ସ୍ୱାସ୍ଥ୍ୟକେନ୍ଦ୍ର ରହିଅଛି । ବିଶେଷ କରି ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ବର୍ଷାଦିନରୁ ଜମା ହୋଇ ରହିଥିବା ଦୂଷିତ ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହୋଉଛନ୍ତି । ଅନ୍ତର୍ଜାତୀୟ ମାନବାଧିକାର ପରିଷଦ(IHRC) ଟିମ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହିତ ଜିଲ୍ଲା ସଭାପତି ଘନଶ୍ୟାମ ମାଡକାମୀ ଏବଂ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର କର୍ମକର୍ତ୍ତା ଉପ ସଭାପତି ଶ୍ରୀନିବାସ ପଣ୍ଡା,କିଶୋର ପାଟିକା, ସମ୍ପାଦକ ଶ୍ରୀନିବାସ ପାତ୍ର, ସଭ୍ୟ ଅଶିମ ବିଶ୍ୱାସ,ଜିଲ୍ଲା ମହିଳା ସଭାପତି ଗୀତାଞ୍ଜଳି ମହାପାତ୍ର, ସମ୍ପାଦିକା ରିଙ୍କିଜେନା ଉକ୍ତ ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ ସେମାନଙ୍କ ଦୁଃଖ,ସମସ୍ୟା ଶୁଣିବା ସହ ସଭାପତି ଶ୍ରୀ ମାଡ଼କାମି ଗ୍ରାମର ସମସ୍ୟା ଗୁଡିକୁ ଜିଲ୍ଲା ପ୍ରଶାସନ ନିକଟରେ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ IHRC ଟିମ ତରଫରୁ ଭେଟି ସ୍ୱରୂପ ପ୍ରତି ପରିବାରକୁ କମ୍ବଳ ବଣ୍ଟନ କରାଯାଇଥିଲା ।

Comments are closed.