Related Contents

ଗୁଣୁପୁରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣୁପୁର(ପ୍ରଦୀପ କୁମାର ପାତ୍ର): ଗୁଣୁପୁର ବ୍ଲକ ଅନ୍ତର୍ଗତ ଖୋର୍ଲିଙ୍ଗ ଗ୍ରାମର ପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନସିଂ ଜରିଆରେ ଗୁଣୁପୁର ବ୍ଲକ ଓ ବିଭିନ୍ନ ପଞ୍ଚ।ୟତର ବିଭିନ୍ନ ଗ୍ରାମରେ ୪କୋଟି ୨୦ ଲକ୍ଷ ଟଙ୍କାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ମଞ୍ଜୁରୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରମେଶ ମାଝି, ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ୍ ତାପସ କୁମାର, ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ଲାଲ ବିହାରୀ ହିମିରିକା, ଶ୍ରୀ ସୁଧୀର ଦାଶ, ଶ୍ରୀ ତ୍ରିନାଥ ଗମାଙ୍ଗ, ଶ୍ରୀ ଅଶ୍ୱିନୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶାଳ ଜନ ସମାବେଶ ହୋଇଥିଲ। | ମନ୍ତ୍ରୀ ରମେଶ ମାଝି ଆମ ଗାଁ ଆମ ବିକାଶ କ।ର୍ଯ୍ୟକ୍ରମ ରାଜ୍ୟର ଶେଷ କାର୍ଯ୍ୟକ୍ରମ ଓ ଏହି କାର୍ଯ୍ୟକ୍ରମ ଏକ ଉଦାହରଣ ସ୍ୱରୂପ ଯାହା ଦ୍ୱାରା ଗ୍ରାମ ଗୁଡିକର ବିକାଶ ହୋଇପାରିଛି ବୋଲି କହିଥିଲେ।

Comments are closed.