Advertisements
Sunday, May 31, 2020
Home District News ବରୀ - ଘରେ ନିଆଁ ଲାଗି ଝିଅ ବାହାଘର ଆସବାବପତ୍ର ସହ ସୁନା ଟଙ୍କା ପୋଡି...

ବରୀ – ଘରେ ନିଆଁ ଲାଗି ଝିଅ ବାହାଘର ଆସବାବପତ୍ର ସହ ସୁନା ଟଙ୍କା ପୋଡି ପାଉଁଶ

ବରୀ(ସତ୍ୟଜିତ ବାରିକ): ବରୀ ବ୍ଲକ ଅନ୍ୟାସୀପୁର ପଂଚାୟତ ଅନ୍ୟାସୀପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ଅଭିଯୋଗ ହୋଇଛି |

ସୂଚନା ଥାଉ କି ଗତ ରାତି ପ୍ରାୟ ୧୨.୪୫ ସମୟରେ ସୁରେନ୍ଦ୍ର ଙ୍କ ଘରେ ନିଆଁ ଲାଗି ଯାଇଥିଲା | ସେହି ଘରେ ସୁରେନ୍ଦ୍ର ଙ୍କ ବଡ ଝିଅ ଓ ଛୋଟ ପିଲା ଦୁଇ ଜଣ ଶୋଇଥିଲେ | ହଠାତ ତାଙ୍କ ବଡ ଝିଅ ପାଟି କରିବାରୁ ବାପା ଭାଇ ଭାଉଜ ଓ ଅନ୍ୟମାନେ ଉଠି ଡାକ ପକାଇଥିଲେ | ହେଲେ ଗାଁ ଠାରୁ କିଛି ଦୂରରେ ସୁରେନ୍ଦ୍ରଙ୍କ ଘର ଥିବାରୁ ଓ ଘନ କୁହୁଡିରେ କିଛି ଦେଖାଯାଉ ନ ଥିବାରୁ ଲୋକମାନେ ଆସି ପହଂଚି ଫାୟାର ବାଲାଙ୍କୁ ଫୋନ କରିବାରେ ବିଳମ୍ବ ହୋଇଥିଲା | ଅଗ୍ନିଶମ କର୍ମଚାରୀ ଆସି ପହଁଚିଲା ବେଳକୁ ଘର ପ୍ରାୟ ୯୦% ଭାଗ ଜଳି ଯାଇଥିଲା | ସୁରେନ୍ଦ୍ର ଦିନ ମଜୁରିଆ ଓ ୮ଜଣ ସଦସ୍ୟ ବିଶିଷ୍ଟ ପରିବାର | ତାଙ୍କ ଉପରେ ସମସ୍ତେ ନିର୍ଭର କରି ଚାଲନ୍ତି |

ସେ ନିଜ ଝିଅ ବାହାଘର ପାଇଁ ନାଗଡ଼ ୩୦,୦୦୦ ଟଙ୍କା, ସୁନା ଗହଣା, ଧାନ ୧୫ ବସ୍ତା, ବିରି, ମୁଗ, ଓ ଘରର ଆସବାବ ପତ୍ର ମିଶି ପ୍ରୟ ୪ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି କହିଥିଲେ | ମୋର ସାହା ଭରସା ଆଉ ନାହିଁ ବୋଲି କାନ୍ଦି କାନ୍ଦି ସେ ପ୍ରଶାସନ କୁ ଗୁହାରି କରିଛନ୍ତି | ସ୍ଥାନୀୟ ସରପଞ୍ଚ ରାତିରେ ଆସି ସେମାନଙ୍କୁ ସ୍ବାନ୍ତନା ଦେଇ ଚାଲିଯାଇଥିଲେ | ଗ୍ରାମର ଲୋକମାନେ ଦାବି କରିଛନ୍ତି କି ସୁରେନ୍ଦ୍ରଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ମିଳିବ ନିହାତି ଦରକାର, ସରକାର ଏ ଗରିବ ପ୍ରତି ଦୟା କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: