ସିନ୍ଧେକେଲା ପୋଲିସ ଦ୍ୱାରା ମମିତା ମେହେର ହତ୍ୟା ମାମଲାରେ ୨୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

0
151
ସିନ୍ଧେକେଲା ପୋଲିସ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୨) : ମମିତା ମେହେର ହତ୍ୟା ମାମଲାରେ ଦାଖଲ ହୋଇଥିବା ୨ ହଜାର ପୃଷ୍ଠା ର ଚାର୍ଜସିଟରେ ଅଛି କଣ । ଏ ନେଇ ମୁହଁ ଖୋଲୁନାହିଁ ସିନ୍ଧେକେଲା ପୋଲିସ ।

ଉତ୍ତରାଞ୍ଚଳ ଡିଆଇଜିଙ୍କ ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି ସିନ୍ଧେକେଲା ପୋଲିସ । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି । ଏହି ଦୁଇ ଜଣଙ୍କ ବିରୋଧରେ ଦଫା ୩୦୨, ୨୦୧, ୧୨୦ ବି ଭଳି ଦଫା ଲାଗିଛି । ସାଇଂଟିଫିକ ଏବଂ ଫରେନସିକ୍ ଟିମ ର ରିପୋର୍ଟ ଆଧାରରେ ଏହି ଚାର୍ଜସିଟ ଦିଆଯାଇଥିବା ଡିଆଇଜି କହିଛନ୍ତି । ସେ ତଦନ୍ତକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ବିବାଦୀୟ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍, ପେନ ଡ୍ରାଇଭ, ଲାପଟପ ସମ୍ପର୍କରେ ନିରବ ରହିଥିଲେ ଡିଆଇଜି । ମମିତା ମେହେରଙ୍କ ପେନ୍ ଡ୍ରାଇଭରେ ବିଭିନ୍ନ ବଡ ବଡିଆଙ୍କ ସେକ୍ସ ଭିଡିଓ ରହିଥିଲା ବୋଲି ଅଭିଯୋଗ ଉଠିଥିଲା । ମମିତାଙ୍କ ପେନ ଡ୍ରାଇଭ ହାତେଇବା ପାଇଁ ହିଁ ତାଙ୍କୁ ଡାକି ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ।

ପୋଲିସ ଚାର୍ଜସିଟ୍ରେ ପେନ୍ ଡ୍ରାଇଭ ଓ ମୋବାଇଲ ଫୋନ୍ ସଂପର୍କରେ ଉଲ୍ଲେଖ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇ ସାରିଥିବାରୁ ମମିତା ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହେବ କି ନାହିଁ ତାହା ଉପରେ ମଧ୍ୟ ଦ୍ୱନ୍ଦ ବଢିଛି ।