Related Contents

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲାପାଳ ଡ଼ା ଡି ବୃନ୍ଦା ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଉପଖଣ୍ଡର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଏଥିରେ ମୋଟ ଶହେଟି ଜନସାଧାରଣ ଅଭିଯୋଗ ଶୁଣାଣି କରିଥିଲେ । ସେଥିମଧ୍ୟରୁ ୯୨ ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୮ଟି ସାମୂହିକ ଅଭିଯୋଗ ରହିଥିଲା ।

ରାସ୍ତା ଘାଟ ନିର୍ମାଣ, ବାଲିଗୁଡାରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଗରିବ ଲୋକମାନଙ୍କ ପାଇଁ ଜମି ପଟ୍ଟା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ୧୧,୧୨,୧୩ ନମ୍ବର ୱାର୍ଡ କାଉଁସିଲର ନାରାୟଣ ଡାକୁଆ, ଶିରିଶ ପ୍ରଧାନ, ଜୟନ୍ତୀ ଜେନା ସମେତ ମହିଳା ମାନେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ଅଞ୍ଚଳରୁ ଲୋକମାନେ ନିଜର ଭତ୍ତା, ରାସନ କାର୍ଡ, ବିଜୁ ପକା ଘର, ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରଦାନ କରିଥିଲେ । ଏହି ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ର୍ୟୟ ଭାଉ ସାହେବ, କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ, ଏସଡ଼ିପିଓ ନିତିନ କୁଶାଳକର, ବାଲିଗୁଡା ବିଡ଼ିଓ ନରେଶ ଶବର, ତହସିଲଦାର କ୍ଷୀରବ୍ଧ ତନୟା ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ମଲିକ, ବାଲିଗୁଡା ଉପଖଣ୍ଡ ତଥା ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡ଼ା ଡି ବୃନ୍ଦା ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ଅଭିଯୋଗର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.