ଚରଦା ପଞ୍ଚାୟତ ରେ ପୁଲିସ ର ଫ୍ଲାଗ ମାର୍ଚ୍ଚ

0
195
ଚରଦା ପଞ୍ଚାୟତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୩/୨) : ମୁକ୍ତ, ଅବାଧ ଓ ଶୃଙ୍ଖଳିତ ମତଦାନ ସକାଶେ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଚରଦା ପଞ୍ଚାୟତ ଅଞ୍ଚଳ ର ଫୁଲମୁଠୀ ଓ ଚରଦା ଗ୍ରାମରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ବିନିକା ତହସିଲଦାର ଗୁପ୍ତେଶ୍ୱର ପାଣିଗ୍ରାହୀ, ଏସଡିପିଓ ପୁଷ୍ପାଞ୍ଜଳି ମିଁଚ, ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରୋକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଫ୍ଲାଗ ମାର୍ଚ୍ଚ ରେ ପ୍ରାୟ ଏକ ପ୍ଲାଟୁନ ପୋଲିସ ଫୋର୍ସ ଚରଦା ପଞ୍ଚାୟତ ର ଫୁଲମୁଠୀ ଗ୍ରାମ ର ଗଲି କନ୍ଦି ରାସ୍ତାରେ ବୁଲି ଲୋକଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

ସୂଚନା ଯୋଗ୍ୟ ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ଲକ ର ଅତି ଉତ୍ତେଜନା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ଚରଦାପଞ୍ଚାୟତରେ ନିର୍ବାଚନରେ ଦୁଇ ହେବିୱେଟ୍ ପ୍ରାର୍ଥୀନୀ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏବଂ ଯିଏ ଜିତିଲେ ସେହି ପ୍ରାର୍ଥୀନୀ ଜଣକ କୁଆଡେ ବ୍ଳକ ଅଧ୍ୟକ୍ଷା ପଦ ହାତେଇବା ସମ୍ଭାବନା ଥିବାରୁ ଅନ୍ୟ ପଞ୍ଚାୟତର ନିର୍ବାଚନ ବାତାବରଣ ଅପେକ୍ଷା ଏଠାରେ ପ୍ରଚାର ସରଗରମ ରହିଛି । ତେଣୁ ଏହି ପଞ୍ଚାୟତ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।