ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ବିନିକା ବ୍ଲକରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କ ପାଇଁ ନିର୍ବାଚନ ପ୍ରଚାର

0
160
ମନ୍ତ୍ରୀ ପଦ୍ମନାଭ ବେହେରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୩/୨) : ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ବିନିକା ବ୍ଲକରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଗତ ୨୦୧୭ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଉଭୟ ଜିଲ୍ଲା ପରିଷଦ ଯୋନ ବିଜେପି ହାତକୁ ଚାଲିଯାଇଥିଲା ।WhatsApp Image 2022 02 14 at 9.00.48 AM ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ବିନିକା ବ୍ଲକରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କ ପାଇଁ ନିର୍ବାଚନ ପ୍ରଚାର

ଏଥର ଉକ୍ତ ଆସନ ଦ୍ୱୟ କୁ ଯେମିତି ହେଲେବି ବିଜେଡ଼ି ଅକ୍ତିଆର କରିବା ନେଇ ଦଳ ତରଫରୁ ଉଦ୍ୟମ ଜାରି ରହିଛି । ସେଥିପାଇଁ ଆଜି ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଉକ୍ତ ଜୋନ ଦ୍ୱୟ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଟର ଙ୍କୁ ବିଜେଡ଼ି ପକ୍ଷରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ।

ମନ୍ତ୍ରୀ ପଦ୍ମନାଭ ବିଭିନ୍ନ ନିର୍ବାଚନୀ ସଭାରେ ଲୋକଙ୍କ ଓ ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ଅବଗତ ହୋଇ ତାର ସମାଧାନ ଦିଗରେ ପ୍ରତିଶ୍ରୁତି ଦେଇଥିଲେ । ଯୋନ ୨ ରୁ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଥିବା ବଶିଷ୍ଠ ଭରାସାଗର ଓ ଯୋନ ୧ ରୁ ପ୍ରାର୍ଥୀନୀ ଅରୁଣା ହରିପାଳଙ୍କୁ ଜୟଯୁକ୍ତ କଲେ ନିଶ୍ଚୟ ଅଞ୍ଚଳର ବିକାଶ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ସେ ମହାଦେବପାଲି, ସେଲେଡ଼ି, ସିଲାଟି, ସଂକରା, ମେଘେଲା, ସିନ୍ଦୁରପୁର, ବାଙ୍କୀଘିର୍ଡି, ବାବୁପାଲି, ସିଂଙ୍ଗି ଯୁବା ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ବିଜେଡ଼ି ର ନିର୍ବାଚନ ପ୍ରଚାର କରିଥିଲେ ।

ଏହି ପ୍ରଚାରରେ ବିନିକା ବ୍ଳକ ସଭାପତି ଦ୍ୱାରିକାନାଥ ସାହୁ, ନଗର ସଭାପତି ସୋମନାଥ ମିଶ୍ର, ବ୍ଳକ ସମ୍ପାଦକ ଟଙ୍କଧର ମେଲ୍ଲି, ପ୍ରଶାନ୍ତ ପୂଜାରୀ, ଦଶରଥ ପାତ୍ର, ଅଦବେତ ପଣ୍ଡା, ଭରତ ଗାଇଗରିଆ, ଦାଶରଥି ନନ୍ଦ, ଜୟପ୍ରକାଶ ପ୍ରଧାନ, ଧର୍ମରାଜ ପଣ୍ଡା, ନିରଞ୍ଜନ ଭୋଇ, ଅଚ୍ୟୁତ କଣ୍ଟା, ମାନସ କୁମାର ବେହେରା, କୃଷ ଚନ୍ଦ୍ର ପଣ୍ଡା, ଚତୁର୍ଭୁଜ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।