କୁଷ୍ଠ ନିରାକରଣ ସକାଶେ ଜାଗରୁକତା ଏକାନ୍ତ ଆବଶ୍ୟକ

0
215
କୁଷ୍ଠ ନିରାକରଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୧୩/୨) : କୁଷ୍ଠ ନିରାକରଣ ପାଳନ ଅବସରରେ ବିନିକା ଠାରେ ଏକ ସର୍ବସାଧାରଣ ଗଳି ରାସ୍ତାରେ ଏକ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଲେପ୍ରା ସୋସାଇଟି ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ଲେପ୍ରା ସୋସାଇଟି ଓଡିଶା ର ଆମ୍ବାସେଡ଼ର ତଥା ବରିଷ୍ଠ ସାମ୍ବାଦିକ, ଆଇନଜୀବୀ ଗୋରେଖ ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଷ୍ଠ ନିରାକରଣ ସକାଶେ ଜାଗରୁକତା ଏକାନ୍ତ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ୯୦ ଦଶକ ରେ ସମଗ୍ର ପୃଥିବି ରେ ସୁବର୍ଣ୍ଣପୁର ଅଞ୍ଚଳରେ ୧୦ ହଜାର ଲୋକରେ ସର୍ବାଧିକ ୨୨୪ କୁଷ୍ଠ ରୋଗାକ୍ରାନ୍ତ ଲୋକ ଥିବାର ଉଲ୍ଲେଖ କରିଥିଲେ । ଏବେ କୁଷ୍ଠରୋଗ ପୁଣି ସମାଜ ରେ ସଂକ୍ରମଣ ହେଉଥିବା ଯୋଗୁଁ ସାଧାରଣ ଜନତା ଙ୍କୁ ଜାଗ୍ରତ ରହିବା ସକାଶେ ସେ ନିବେଦନ କରିଥିଲେ ।ec765519 232a 43a0 a599 bcc2e7bea445 କୁଷ୍ଠ ନିରାକରଣ ସକାଶେ ଜାଗରୁକତା ଏକାନ୍ତ ଆବଶ୍ୟକ

ଏହି ସଭାରେ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ର ସଂଯୋଜନା ନୃସିଂହ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କୁଷ୍ଠରୋଗ ର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନରସିଂ ଅଧିକାରୀ ପୁଷ୍ପା ମିଶ୍ର ଯୋଗଦେଇ ଏହି ପକ୍ଷ ପାଳନ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ରାମଗୋପାଳ ବାଘ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭା ପୂର୍ବରୁ ଗୁଲୁଣ୍ଡା ନିକଟସ୍ଥ କୁଷ୍ଠାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ସମାଜସେବୀ, ସାଧାରଣ ଜନତା ସାମ୍ବାଦିକ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତେ କୁଷ୍ଠମୁକ୍ତ ଭାରତ ନିର୍ମାଣ ସକାଶେ ଶପଥ ପାଠ କରିଥିଲେ ।