ଇଓଏସ୍‌-୪ ଉତ୍‌କ୍ଷେପଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ

0
183
ଇଓଏସ୍‌-୪

ରିପୋର୍ଟ : ରାମନାଥ ଗନ୍ତାୟତ //
ଶ୍ରୀହରିକୋଟା, (୧୩/୨) : ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷ ର ପ୍ରଥମ ଉପଗ୍ରହ ଇଓଏସ୍‌-୪ କୁ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା ୫୯ ରେ ଉତ୍‌କ୍ଷେପଣ କରିବାକୁ ଯାଉଛି । ଏହି ଉପଗ୍ରହ ପିଏସ୍‌ ଏଲ୍‌ଭି-ସି-୫୨ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ ହେବ ।

ଶ୍ରୀହରିିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚପ୍ୟାଡ ରୁ ଉତକ୍ଷେପଣ ହେବାକୁ ଯାଉଛି । ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉପଗ୍ରହ ଉତକ୍ଷେପଣ ପାଇଁ କାଉଣ୍ଟ୍‌ଡାଉନ୍‌ ୨୫ ଘଣ୍ଟା ୩୦ ମିନିଟ ପୂର୍ବରୁ ରବିବାର ଭୋର୍‌ ୪ଟା ୨୯ ରୁ ଆରମ୍ଭ ହୋଇଛି । ଜୁଲାଇ ୨୦୨୧ରେ ଇଓଏସ୍‌-୪ / ଆର୍‌ ଆଇସାଟ୍‌-୧ଏ ଉପଗ୍ରହ ଉତକ୍ଷେପଣ କରାଯିବାର ଯୋଜନା ଥିଲା । କିନ୍ତୁ ଦେଶରେ କୋଭିଡ -୧୯ ମହାମାରୀ ଏହି ଉପଗ୍ରହର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ଇଓଏସ୍‌-୪ / ଆର୍‌ ଆଇସାଟ୍‌-୧ଏ ଉପଗ୍ରହ ଏକ ମାଇକ୍ରୋୱେଭ ରିମୋଟ ସେନ୍ସିଂ ସାଟେଲାଇଟ୍‌ ।

ଏହା ସହିତ ଅନ୍ୟ ଦୁଇଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଯିବ । ପ୍ରଥମଟି ହେଉଛି ଇଣ୍ଡିଆନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ର ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଇନସ୍ପ୍ରି-ସାଟ୍‌-୧ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡୋ-ଭୁଟାନ ର ମିଳିତ ଉପଗ୍ରହ ଆଇଏନ୍‌ଏସ୍‌-୨ବି । ଟୁଇଟରରେ ଉପଗ୍ରହର ଉତକ୍ଷେପଣ ସମ୍ପର୍କରେ ଇସ୍ରୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।