Thursday, March 28, 2024

Top 5 This Week

Related Posts

ହିଜାବ ପିନ୍ଧୁଥିବା ଝିଅ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ

ରିପୋର୍ଟ : ରାମନାଥ ଗନ୍ତାୟତ //
ନୂଆଦିଲ୍ଲୀ, (୧୩/୦୨) : କର୍ଣ୍ଣାଟକ ର ଏକ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ସୀମା ସରହଦ୍ ଡେଇଁ ବିଦେଶରେ ପହଞ୍ଚିଲାଣି । ଏହାକୁ ନେଇ ଦିନକୁ ଦିନ ଉଗ୍ର ହେଉଛି ଦେଶର ରାଜନୀତି

ପୁଣିଥରେ ହିଜାବ କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି । ଏକ ଜନସଭାକୁ ସମ୍ବୋଧନ କରୁଥିବା ବେଳେ ହିଜାବକୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି ।hijab row 6200c185ef40f ହିଜାବ ପିନ୍ଧୁଥିବା ଝିଅ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ

ବିବାଦୀୟ ମନ୍ତବ୍ୟ ସମ୍ପର୍କିତ ଭିଡିଓକୁ ମଧ୍ୟ ଟ୍ୱିଟ କରିଛନ୍ତି ଓୱେସି । ଏଥିରେ ଓୱେସି କହିଛନ୍ତି ଯେ, ‘ଯଦି ଆମ ଝିଅ କୁହେ ସେ ହିଜାବ ପିନ୍ଧିବ ବୋଲି ଆମେ ତାକୁ ବାପା ମା’ ହିସାବରେ ନିଦ୍ୱର୍ନ୍ଦ୍ୱରେ ଅନୁମତି ଦେବୁ । ତାକୁ କିଏ ରୋକିବ ଦେଖାଯିବ । ହିଜାବକୁ ବି ପିନ୍ଧିବେ , କଲେଜ ବି ଯିବେ । ହିଜାବକୁ ପିନ୍ଧି କଲେକ୍ଟର ହେବେ, ଶିଳ୍ପପତି ହେବେ, ଏସଡିଏମ୍ ବି ହେବେ । ଖାଲି ସେତିକି ନୁହେଁ ଦିନେ ଏହି ହିଜାବକୁ ପିନ୍ଧିଥିବା ଝିଅ ଦେଶ ର ପ୍ରଧାନମନ୍ତ୍ରୀ ବି ହେବ’ ।

ଓୱେସି ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତର ସମ୍ବିଧାନ ଧର୍ମନିରପେକ୍ଷ ର ଅଧିକାର ଦେଇଛି । ହିଜାବକୁ ପିନ୍ଧ, ଚାଦର ଘୋଡାଅ କିଛି ସମସ୍ୟା ନାହିଁ । ଏହା ଆମର ପରିଚୟ । ମୁଁ ସେ ଝିଅକୁ ସଲାମ କରୁଛି ଯିଏ ନିର୍ଭୟରେ ହିଜାବକୁ ବିରୋଧ କରୁଥିବା ପୁଅ ମାନଙ୍କୁ କଡା ଜବାବ ଦେଇପାରିଛି । ଡରିବାର କୌଣସି କାରଣ ନାହିଁ’ । ମୁସଲମାନ୍ ମହିଳା ନିଦ୍ୱର୍ନ୍ଦ୍ୱରେ ହିଜାବ ପିନ୍ଧିପାରିବେ ବୋଲି ଉତ୍ତରପ୍ରଦେଶର ଏକ ନିର୍ବାଚନୀ ର୍ୟାଲିରେ କହିଛନ୍ତି ଓୱେସି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles