ବିଜେପି ପାଇଁ ପ୍ରଚାର କଲେ କଂଗ୍ରେସ ସାଂସଦ

0
198
ବିଜେପି ପାଇଁ

ରିପୋର୍ଟ : ରାମନାଥ ଗନ୍ତାୟତ //
ଚଣ୍ଡିଗଡ, (୧୩/୦୨) : ସ୍ୱାମୀଙ୍କ ପାଲଟିଗଲେ ବାଗି । ନିଜ ଦଳ ସହ ହିଁ କରିଲେ ବିଦ୍ରୋହ । କଂଗ୍ରେସରେ ଥାଇ ବିଜେପି ପାଇଁ କଲେ ପ୍ରଚାର । କେବଳ ସେତିକି ନୁହେଁ ବିଜେପି ବୈଠକରେ ମଧ୍ୟ ସାମିଲ ହେଲେ କଂଗ୍ରେସ ସାଂସଦ ପରନୀତ କୌର ।

ପୁଣି ଚର୍ଚ୍ଚାରେ ପଞ୍ଜାବ ରାଜନୀତି । ପଦାରେ ପଡିଛି କଂଗ୍ରେସ ର କନ୍ଦଳ । ମୁଖ୍ୟମନ୍ତ୍ରୀ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ନ ଥମୁଣି ପୁଣି ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । କଂଗ୍ରେସ ଦଳ ର ସାଂସଦ ଥାଇ ବି ଦଳ ବିରୋଧରେ ବିଜେପି ପାଇଁ ପ୍ରଚାର କରିଛନ୍ତି ପରନୀତ କୌର । ତାଙ୍କର ଏହି ନିର୍ବାଚନୀ ପ୍ରଚାର ଏବେ କଂଗ୍ରେସ ପାଇଁ ମହଙ୍ଗା ପଡିବ ବୋଲି ଅଶଙ୍କା କରାଯାଉଛି ।999958 chandigarh mc election ବିଜେପି ପାଇଁ ପ୍ରଚାର କଲେ କଂଗ୍ରେସ ସାଂସଦ

ସୂଚନା ମୁତାବକ କଂଗ୍ରେସ ର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂ ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ । ଏହାପରେ ସେ ପଞ୍ଜାବ ଲୋକ କଂଗ୍ରେସ ବା ପିଏଲ୍‌ସି ନାମରେ ଏକ ଦଳ ଗଠନ କରି ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି । ହେଲେ ଅମରିନ୍ଦରଙ୍କ ପତ୍ନୀ ପରନୀତ କୌର ଏବେ ବି କଂଗ୍ରେସ ପକ୍ଷରୁ ସାଂସଦ ଅଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ପିଏଲସି ବିଜେପି ମେଣ୍ଟ ହୋଇଥିବାରୁ ଶନିବାର ଦିନ ପଟିଆଲା ଠାରେ ବିଜେପି ଅମିରନ୍ଦରଙ୍କ ସପକ୍ଷରେ ଏକ ବୈଠକ କରିଥିଲା । ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ଆସନ ପଟିଆଲା (ସହର) ରୁ ନିର୍ବାଚନ ଲଢ଼ୁଛନ୍ତି । ତେଣୁ ଏହି ବୈଠକରେ ପଟିଆଲା ସାଂସଦ ପରନୀତ କୌର ମଧ୍ୟ ଯୋଗ ଦେଇଥିଲେ । ସେ ଏଥିରେ ଯୋଗ ଦେଇ ନିଜ ସ୍ୱାମୀ ଅମରିନ୍ଦରଙ୍କ ପାଇଁ ଭୋଟ ମାଗିବା ସହ ଜୋରସୋର୍‌ରେ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସ ସାଂସଦ ପରନୀତ କୌର କଂଗ୍ରେସର ନିର୍ବାଚନୀ ପ୍ରଚାର ଠାରୁ ଦୂରେଇ ରହିଛି । ସେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇ ନାହାଁନ୍ତି । ସେପଟେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରାଯାଇ ନାହିଁ । ହେଲେ ଦଳରେ ରହି ଦଳ ବିରୋଧରେ ପ୍ରଚାର କରିବା ପରେ ଏହା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି । ସେ କୁଆଡେ ନିଜ ସ୍ୱାମୀଙ୍କ ଦଳରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

କିଛିଦିନ ପୂର୍ବେ ପଟିଆଲ ସହରାଞ୍ଚଳ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିବା ବିଷ୍ଣୂ ଶର୍ମା କହିଥିଲେ କି ଯଦି ପରନୀତ କୌର ଦଳ ପାଇଁ ପ୍ରଚାର ନକରିବେ ତେବେ ସେ ଦଳରୁ ଇସ୍ଥଫା ଦିଅନ୍ତୁ । ସେପଟେ ମୁଁ ମୋ ପରିବାର ସହ ଅଛି । ମୋ ପରିବାର ଠାରୁ କେହି ଉପରେ ନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ କୌର କହିଥିଲେ ।

ସୂଚନାମୁତାବକ, ଗତବର୍ଷ ନଭେମ୍ବରରେ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । କଥିତ ରୂପେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଥିଲା । କିନ୍ତୁ ଏହି ଖବରକୁ କୌର ଖଣ୍ଡନ କରି ତାଙ୍କୁ କୌଣସି ନୋଟିସ ମିଳି ନ ଥିବା କହିଛନ୍ତି ।