୫୦ ଥର ଇଣ୍ଟରଭ୍ୟୁ ଦେଇ ହୋଇଥିଲେ ଫେଲ : ଶେଷରେ ଗୁଗୁଲ ଦେଲା ଏଭଳି ଚାକିରି

0
175
୫୦ ଥର ଇଣ୍ଟରଭ୍ୟୁ

ରିପୋର୍ଟ : ରାମନାଥ ଗନ୍ତାୟତ //
ବିହାର, (୧୩/୦୨) : କଥାରେ ଅଛି ଚେଷ୍ଟା ଜାରି ରଖିଥିବା ଲୋକକୁ କେବେ ନା କେବେ ସଫଳତା ମିଳିଥାଏ । ଏହାସହ ଆପଣ ଯେବେ ଜୀବନରେ ଏକ ଭଲ ସଫଳତା ପାଇବାକୁ ଚାହାଁନ୍ତି ତେବେ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ । ୫୦ ଥର ଇଣ୍ଟରଭ୍ୟୁ ଦେଇ ହୋଇଥିଲେ ଫେଲ ।Sampriti Yadav Google Placement ୫୦ ଥର ଇଣ୍ଟରଭ୍ୟୁ ଦେଇ ହୋଇଥିଲେ ଫେଲ : ଶେଷରେ ଗୁଗୁଲ ଦେଲା ଏଭଳି ଚାକିରି

ଏଭଳି ଭାବେ ସଫଳ ହୋଇଥିବା ଜଣେ ମହିଳା ହେଉଛନ୍ତି ବିହାରର ୨୪ ବର୍ଷିୟ । ସଂପ୍ରିତୀ ଯାଦବ । ଗୋଟିଏ ସମୟରେ ସେ ଥରେ ନୁହେଁ ୫୦ ଥର ଇଣ୍ଟରଭ୍ୟୁ ଦେଇ ବିଫଳ ହୋଇଥିବା ସଂପ୍ରିତୀଙ୍କୁ ଏବେ ଗୁଗୁଲ ମୋଟା ଅଙ୍କ ଦରମାରେ ଚାକିରି ଦେଇଛି ।

୫୦ ଥର ଇଣ୍ଟରଭ୍ୟୁ ଦେଇ ବିଫଳ ହୋଇଥିବା ସଂପ୍ରିତୀ କେବେ ବି ପରାଜୟ ସ୍ୱିକାର କରି ନଥିଲେ । ଆଜି ତାଙ୍କ ପାଖରେ ୪ ଟି କମ୍ପାନୀ ର ଅଫର ରହିଛି । କେବଳ ସେତିକି ନୁହେଁ ଗୁଗୁଲ ତରଫରୁ ତାଙ୍କୁ ବାର୍ଷିକ ୧.୧୦ କୋଟି ଟଙ୍କା ଦରମାରେ ଚାକିରି ଦେବାକୁ ଅଫର ଦେଇଛି । ସଂପ୍ରିତୀଙ୍କର ଏଭଳି ସଫଳତାରେ ଏବେ ପୁରା ପରିବାର ଭିତରେ ଖୁସି ର ମାହୋଲ । ଏହାରି ଭିତରେ ସଂପ୍ରିତୀ ଯାଦବ ଫେବୃଆରୀ ୧୪ ତାରିଖରୁ ଗୁଗୁଲରେ ଜଏନ କରିବେ ବୋଲି କହିଛନ୍ତି ।

ସଂପ୍ରିତୀ ଦିଲ୍ଲୀ ଟେକ୍ନୋଲୋଜୀକାଲ ୟୁନିଭରସିଟି ରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ ଡିଗ୍ରୀ ହାସଲ କରିଛନ୍ତି । କହିରଖୁ କି ସଂପ୍ରିତୀଙ୍କ ପାଇଁ ଗୁଗୁଲରେ ଚାକିରି କରିବା ଏତେ ସହଜ ନଥିଲା । ଗୁଗୁଲ ତରଫରୁ ସଂପ୍ରିତୀଙ୍କର ୯ ରାଉଣ୍ଡ ଇଣ୍ଟରଭ୍ୟୁ ନିଆଯାଇଥିଲା । ଏହି ଇଣ୍ଟରଭ୍ୟୁରେ ସଂପ୍ରିତୀ ସଫଳ ହେବା ପରେ ତାଙ୍କୁ ଗୁଗୁଲ ତରଫରୁ ଏଭଳି ମୋଟା ଅଙ୍କର ଦରମାରେ ଚାକିରି ମିଳିଛି । ଅନ୍ୟପଟେ ସଂପ୍ରିତୀଙ୍କୁ ମାଇକ୍ରୋସଫ୍ଟ କମ୍ପାନୀ ତରଫରୁ ବି ଚାକିରି ପାଇଁ ଅଫର ମିଳିଛି ।