NEET : ନିଜ ନିଷ୍ପତ୍ତିରେ ଅଟଳ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ, ଜୋର କଲେ ସମ୍ବିଧାନ ସଂଶୋଧନ ଦାବି

0
184
NEET

ରିପୋର୍ଟ : ରାମନାଥ ଗନ୍ତାୟତ //
ବେଙ୍ଗାଳୁରୁ : ରାଷ୍ଟ୍ରୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET) କୁ ସମାପ୍ତ କରିବା ପାଇଁ ନିଜ ଜିଦରେ ଅଟଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପରୀକ୍ଷାରେ କୋହଳ ସହ ସମ୍ବିଧାନ ସଂଶୋଧନ ଦାବି କରିଛନ୍ତି ।

ତାମିଲନାଡୁ ବିଧାନସଭା ର ସ୍ଵତନ୍ତ୍ର ଅଧିବେଶନରେ ବିଧେୟକ ଉପସ୍ଥାପନ କରି ଷ୍ଟାଲିନ କହିଛନ୍ତି, ରାଜ୍ୟ ସରକାରଙ୍କ କାମରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ରୋକିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯିବା ଉଚିତ୍ । ଗତ ଫେବୃଆରୀ ୮ ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଟ୍ ବିରୋଧୀ ବିଧେୟକ ଉପସ୍ଥାପନ କରିଥିଲେ । ତାଲିମନାଡୁ ବିଧାନସଭାରେ ମଙ୍ଗଳବାର ପୁଣି ଥରେ NEET ବିରୋଧୀ ବିଧେୟକ ଗୃହୀତ କରାଯାଇଥିଲା ।

କିନ୍ତୁ ତାମିଲନାଡୁ ରାଜ୍ୟପାଳ ଆର ଏନ ରବି କିଛି ଦିନ ପୂର୍ବେ ବିଧେୟକ କୁ ଅଗ୍ରାହ୍ୟ କରି ଦେଇଥିଲେ । କ୍ଷମତାସୀନ ଡିଏମକେ ଏବଂ ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ଏହି ପରୀକ୍ଷାକୁ ବିରୋଧ କରିବାକୁ ସଂକଳ୍ପ ନେଇଥିଲେ । ଏହାରି ଆଧାରରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନରେ ସଂଶୋଧନ ଦାବି କରିଥିଲେ ।

ଷ୍ଟାଲିନ କହିଛନ୍ତି, ନିଟରେ କୋହଳ ପାଇଁ ଉଦ୍ଦିଷ୍ଟ ବିଧେୟକ ରାଷ୍ଟ୍ରପତିଙ୍କ ବିନା ସହମତିରେ ୨୭ ମାସ ପାଇଁ ରୋକି ଦିଆଯାଇଥିଲା । ନିଟ୍ ଆରମ୍ଭ କରିବା କେନ୍ଦ୍ର ସରକାରଙ୍କ ସଙ୍ଘୀୟ ଢାଞ୍ଚାର ବିପରୀତ ରହିଛି । ରାଜ୍ୟ ସରକାରଙ୍କ ଅଧିକାରକୁ କେନ୍ଦ୍ର ସରକାର ହ୍ରାସ କରୁଛନ୍ତି । ତେଣୁ ସମ୍ବିଧାନରେ ସଂଶୋଧନ ର ଆବଶ୍ୟକତା ଥିବା ଷ୍ଟାଲିନ କହିଛନ୍ତି ।