Friday, March 29, 2024

Top 5 This Week

Related Posts

ଗୋଟିଏ ଦଳ ରେ ଖେଳିବେ ‘ମଙ୍କଡିଂ’ ବିବାଦ ର ଚର୍ଚ୍ଚିତ ନାୟକ ଅଶ୍ଵିନ ଓ ବଟଲର୍

ରିପୋର୍ଟ : ସୁଭାସିସ ନାୟକ ଅଶ୍ଵିନ
ନୂଆଦିଲ୍ଲୀ, (୧୩/୦୨) : କ୍ରିକେଟ୍ ଜଗତ ର ସବୁଠାରୁ ଅଧିକ ଚର୍ଚ୍ଚିତ ବିବାଦ ମଧ୍ୟରେ ଗୋଟିଏ ବିବାଦ ଭାବେ ପରିଗଣିତ ହେଉଥିବା ‘ମଙ୍କଡିଂ’ ବିବାଦରେ ସମ୍ପୃକ୍ତ ଥିବା ରବିଚନ୍ଦ୍ରନ୍ ଅଶ୍ଵିନ ଓ ଜସ୍ ବଟଲର୍ ଗୋଟିଏ ଦଳ ରୁ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି ।

ଆଇପିଏଲ୍ ପ୍ରଶଂସକମାନେ କେବେ ଭାବି ନଥିବେ ଯେ ଏତେ ବଡ ବିବାଦ ପରେ ଦୁହେଁ ଗୋଟିଏ ଦଳ ରୁ ଖେଳିବାକୁ ସମର୍ଥ ହେବେ । ତେବେ ଶନିବାର ଦିନ ଅଶ୍ଵିନ ଙ୍କୁ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ନିଲାମରେ କିଣିବା ପରେ ଏହା ସତ ହେବାକୁ ଯାଉଛି । ଜସ୍ ବଟଲରଙ୍କୁ ପୂର୍ବରୁ ହିଁ ରାଜସ୍ଥାନ ରୟାଲ୍ସ ଦଳରେ ରିଟେନ୍ କରି ରଖିଥିଲା ।

ଅଶ୍ଵିନଙ୍କୁ ଦଳରେ ନେବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ବଟଲରଙ୍କ ସହ କଥା ହୋଇଥିଲା । ବଟଲର ନୋ ପ୍ରୋବ୍ଲେମ୍ (କୌଣସି ସମସ୍ୟା ନାହିଁ) କହିଥିଲେ। ଅଶ୍ଵିନଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି ।

୨୬ ମାର୍ଚ୍ଚ ୨୦୧୯ ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସଙ୍କ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚରେ ଏହି ପ୍ରସିଦ୍ଧ ‘ମଙ୍କଡିଂ’ ବିବାଦ ହୋଇଥିଲା । ପଞ୍ଜାବ କିଙ୍ଗ୍ସ୍ ଏହି ମ୍ୟାଚକୁ ଜିତିଥିଲା । ସେତେବେଳେ ରାଜସ୍ଥାନ ରୟାଲ୍ସର ଓପନର ଜସ୍ ବଟଲର ନନ୍ ଷ୍ଟ୍ରାଇକର୍ ପାର୍ଶ୍ଵରେ ବ୍ୟାଟ୍ ଧରି ଛିଡା ହୋଇଥିଲେ । ଅଶ୍ଵିନ ବୋଲିଂ କଲାବେଳେ ବଲ୍ ଅଶ୍ଵିନଙ୍କ ହାତରୁ ଖସିବା ପୂର୍ବରୁ ବଟଲର୍ ନନ୍ ଷ୍ଟ୍ରାଇକର୍ ପାର୍ଶ୍ୱରୁ କ୍ରିଜ୍ ଛାଡି ରନ୍ ନେବାକୁ ଚାହୁଁଥିଲେ । ଏହି ସମୟରେ ଅଚାନକ ଅଶ୍ଵିନ ଷ୍ଟମ୍ପ ର ବେଲ୍ କୁ ବଲ୍ ଦ୍ବାରା ଖସାଇ ବଟଲରଙ୍କୁ ରନ୍ ଆଉଟ୍ କରିଦେଇଥିଲେ । ଏହାପରେ ଅଶ୍ଵିନ ଓ ବଟଲରଙ୍କ ମଧ୍ୟରେ ବିତର୍କ ହୋଇଥିଲା ।

Popular Articles