Friday, March 29, 2024

Top 5 This Week

Related Posts

ଶ୍ରେୟାସ ଆୟରଙ୍କୁ କିଣିଲା କୋଲକାତା : ହୋଇପାରନ୍ତି କେକେଆର ର ଅଧିନାୟକ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୩/୦୨) : ଚାଲିଛି ଆଇପିଏଲ ମହାନିଲାମୀ । ଏଥିରେ ଶ୍ରେୟାସ ଆୟରଙ୍କୁ କିଣିଛି କୋଲକାତା ନାଇଟ ରାଇଡର (କେ କେ ଆର) । କୋଲକାତା ତାଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ।

ତେବେ ଶ୍ରେୟାସ ଆୟରଙ୍କୁ ନେଇ ଅନେକ ଦଳ ନିଲାମୀ ଡାକିଥିଲେ । ହେଲେ ଏଥିରେ ବାଜି ମାରି ନେଇଥିଲା କୋଲକାତା ନାଇଟ ରାଇଡର (କେ କେ ଆର) । ତେବେ କେ କେ ଆର ଶ୍ରେୟାସଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଶ୍ରେୟାସଙ୍କ ବ୍ୟତୀତ କେ କେ ଆର ପ୍ୟାଟ କୁମିନ୍ସ ଙ୍କୁ ମଧ୍ୟ ଦଳରେ ସାମିଲ କରିଛି । ତେବେ ଗତ ବର୍ଷ କେ କେ ଆର ର ଅଧିନାୟକ ଥିବା ଇୟନ ମୋର୍ଗାନଙ୍କୁ ଦଳ ଛାଡି ଦେଇଛି ତେଣୁ ଶ୍ରେୟାସଙ୍କୁ ଦଳ ର ଅଧିନାୟକ ପଦ ଦିଆଯାଇ ପାରେ ବୋଲି କୁହାଯାଉଛି ।

Popular Articles