ମାଓ ବ୍ୟାନର ଲଗାଇ ଗାଡି ପୋଡିବା ମହଙ୍ଗା ପଡିଲା : ୫ ନକଲି ମାଓବାଦୀକୁ ଗିରଫ କରି କୋର୍ଟ ଚାଲାଣ

0
228
ମାଓ ବ୍ୟାନର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ତା-(୧୩/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡାରେ ଥିବା ଏସ୍ ଭି ଏସ୍ ମୁକାମିବକା ଠିକା କେମ୍ପରେ ଗତ ୨୧ ତାରିଖ ବିଳମ୍ୱିତ ରାତିରେ ଏକ ଟ୍ରକକୁ ନିଆଁ ଲଗାଇ ତିନଟି ସ୍ଥାନରେ ମାଓ ବ୍ୟାନର ମାରି ଭୟଭୀତ କରିଥିଲେ ।

ଏହାକୁ ନେଇ କଲ୍ୟାଣସିଂହପୁର ପୁଲିସ ଛାନଭିନ କରିବାପରେ ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସ ଏହାକୁ ଗୁରୁତର ନେଇ ତଦନ୍ତ କରିବା ପରେ ଆଜି ଭିନ୍ନ ଭିନ୍ନ ସ୍ଥାନରୁ ମାଓ ବ୍ୟାନର ଲଗାଇ ଗାଡି ପୋଡିଥିବା ୫ ଜଣ ନକଲି ମାଓବାଦୀ କୁ ଉଠାଇ ଗିରଫ କରି ପଚରା ଉଚରା କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକମା ହଂସଦା ସୂଚନା ଦେଇଛନ୍ତି ।

ଏହି ୫ ଜଣ ନକଲି ମାଓବାଦୀ ମାନେ ହେଲେ ଜଣେ ସେଶଖାଲ ଗ୍ରାମ ର ଗୋପାଲ ମଣ୍ଡାୟା ସାହୁ (୩୪) କଞ୍ଜାମମାଣ୍ଡି ଗ୍ରାମ, ବଳି ମାଝୀ (୪୨) କଞ୍ଜାମମାଣ୍ଡି ଗ୍ରାମ, ସୀମାଞ୍ଚଳ ମାଝୀ (୫୦) ରମାଗୁଡା ଗ୍ରାମ, ସନ୍ତଶ ରାୟ (୩୩) ଦୁଡୁକାବାହାଲ ଗ୍ରାମ, ଜୟନ୍ତ ନାୟକ ଓରଫ ବାପି (୩୧) ଟିକିରି ଗ୍ରାମ ଏମାନଙ୍କୁ କେସନଂ ୦୧୩, ୨୨/ ୧/୨୨, ୟୁଏସ- ୧୨୦ବି/୪୩୫/୪୩୬/୩୪ ଆଇପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

ଏମାନଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି । ପୁଣି ଆଉ କିଛି ଅଭିଯୁକ୍ତ ସାମିଲ ଅଛନ୍ତି ପୁଣି ସେମାନଙ୍କୁ ଅତିଶିଘ୍ର ଧରାଯିବ । ଆଉ ଅଧିକ ପ୍ରତିକ୍ରିୟା ମିଳିପାରିନି ବୋଲି ଥାନା ଅଧିକାରୀ ସୁକମା ହଂସଦା ସୂଚନା ଦେଇଛନ୍ତି ।