Related Contents

ମଦନପୁର ଗ୍ରାମରେ ଯୁବ ସମାଜସେବୀ ମନୋଜ ପଟ୍ଟନାୟକଙ୍କ ସମାବେଶ

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ): କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ମଦନପୁର ପଞ୍ଚାୟତ ବଜାର ପଡିଆଠାରେ ସମାଜସେବୀ ମନୋଜ ପଟ୍ଟନାୟକଙ୍କ ସାଧାରଣ ସଭା ଆୟୋଜିତ ହୋଇଥିଲା ।

ଏଥିରେ ମଦନପୁର, ଅଲାତରା, ନୁନପୁର, ଡମ କର୍ଲାଖୁଣ୍ଟା, ବୋରପଦର ପଞ୍ଚାୟତର ପ୍ରାୟ ଏକ ହଜାରୁ ଉର୍ଦ୍ଧ ଜନ ସାଧାରଣ ଏକତ୍ରିତ ହୋଇଥିଲେ । ସାଧାରଣ ସଭାରେ କଳାହାଣ୍ଡି ଜିଲ୍ଲାର ମହଗାଁ ଯୁବ ସମାଜସେବୀ, ପରୋପକାରୀ, ସଂଗଠନ ତଥା ଜନପ୍ରିୟ ନେତା ମନୋଜ ପଟ୍ଟନାୟକ ଅଞ୍ଚଳର ଦୁଃଖ ସୁଖ ବୁଝିବାକୁ ଚେଷ୍ଟା କରିଥିଲେ । ଶ୍ରୀ ପଟ୍ଟନାୟକ ଯୁବକ ଯୁବତୀ ମାନଙ୍କୁ ନେଇ ଶିକ୍ଷା ସ୍ବାସ୍ଥ୍ୟ ଉପରେ କିପରି ସଚେତନତାର ଅଭାବ ରହିଛି କିପରି ଲୋକ ମାନଙ୍କ ଉପରେ ସିଧା ପହଞ୍ଚିବ । ତାହା ସହିତ କ୍ରୁଷି ଓ କ୍ରୁଷକଙ୍କ ସମସ୍ୟା ତଥା ବର୍ତ୍ତମାନର ଯୁବପିଢିଙ୍କ ଉପରେ ପ୍ରଭାବ ପଡୁଛି ତାହା କିପରି ଦୂର ହୋଇପାରିବ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଆୟୋଜିତ ସଭାରେ ମଦନପୁର ସରପଞ୍ଚ ରାଜେଶ ଧଙ୍ଗଡା ମାଝୀ, ନାଏକ ସରପଞ୍ଚ ଶେଷଦେବ ପାଢୀ, ଆଦିକନ୍ଦ ଦଣ୍ଡସେନା, ମନୋଜ କୁମାର ସାହୁ ( ରେଙ୍ଗାଲି) ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.