Related Contents

ବୋରାସମ୍ବର ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ- ବଲାଙ୍ଗୀର ବିଜୟୀ, ରୋଷନାରା ପରବୀନ ମ୍ୟାନ ଅଫ ଦି ମ୍ୟାଚ

ପଦ୍ମପୁର(ଜଗବନ୍ଧୁ ସାହୁ): ବୋରାସମ୍ବର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୨୫ତମ ସର୍ବଭାରତୀୟ ବୋରାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗତକାଲି ଏକ ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା |

ଏହି ମ୍ୟାଚରେ ବଲାଙ୍ଗୀର ଏକାଦଶ ବିଟସ ଭୁବନେଶ୍ୱର କୁ ପରାସ୍ତ କରିଛି | ବଲାଙ୍ଗୀର ଦଳ ପ୍ରଥମେ ବ୍ୟାଟିଂ କରି ଆନ୍ତର୍ଜାତିକ ଖେଳାଳି ରୋଷନାରା ପରବୀନଙ୍କ ୩୨(୧୯) ଏବଂ ରଶ୍ମିତା ଚିହ୍ନରାଙ୍କ ୨୩ ରନ ସହାୟତାରେ ୨୦ଓଭର ରେ ୮ଵିକେଟ ବିନିମୟରେ ୧୨୧ରନ ସଂଗ୍ରହ କରିଥିଲେ | ଭୁବନେଶ୍ୱର ପକ୍ଷରୁ ଲକ୍ଷ୍ମୀପ୍ରିୟା ୩ଵିକେଟ ଅକ୍ତିଆର କରିଥିଲେ | ଜବାବ ରେ ଭୁବନେଶ୍ୱର ଦଳ ୧୯.୧ ଓଭର ରେ ୯୧ରନ କରି ସମସ୍ତ ଵିକେଟ ହରାଇଥିଲେ |

ବଲାଙ୍ଗୀର ପକ୍ଷରୁ ରୋଷନାରା ୪ଟି ଓ ନିବେଦିତା ୩ଟି ଵିକେଟ ଅକ୍ତିଆର କରିଥିଲେ | ପୁରସ୍କାର ବିତରନୀ ଉତ୍ସବ ରେ ପଦ୍ମପୁର ଏସ୍ଡ଼ିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ଆଇଆଇସି କେ.ପ୍ରିୟଙ୍କା ରାଉତରାୟ, ବିଡ଼ିଓ ଏଲିଯା ମିଶ୍ର ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ରାସ୍ନାର ପରବୀନ ଙ୍କୁ ପୁରସ୍କୃତ କରିଥିଲେ |

Comments are closed.