ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ

0
151
ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୧/୨) : ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ରେ ଗତ ୫ ତାରିଖ ରେ କଳାହାଣ୍ଡି ଜ଼ିଲ୍ଲା ର ମୋହନଗିରି ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ପ୍ରାଣହାନି ଘଟିଥିବାରୁ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି lWhatsApp Image 2022 02 12 at 1.11.23 PM ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ

୫୦ ଲକ୍ଷ ଟଙ୍କା ସହାୟତା ସହ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ରେ ମୃତ ସାମ୍ବାଦିକ ଙ୍କ ପରିବାର ର ଜଣ ଙ୍କୁ ଚାକିରୀ ଆଦି ପ୍ରମୁଖ ୯ ଗୋଟି ଦାବୀ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଗ୍ରହଣ କରିଥିବା ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି ଓ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ସମୁଦାୟ ୧୩ ଲକ୍ଷ ଆର୍ଥିକ ସହାୟତା ପାଈଁ ରାଜ୍ୟ ସରକାର ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗଭୀର କୃତଜ୍ଞତା ପ୍ରଦାନ କରାଯାଇଛି l

ସ୍ୱର୍ଗତ ବିଶ୍ୱାଳ ଓ ହୃଦଘାତ ରେ ପ୍ରଣାହାନୀ ଘଟିଥିବା ସମ୍ବଲପୁର ଧନ କଉଡ଼ା ବ୍ଲକ ସମ୍ବାଦ ପ୍ରତିନିଧି ସ୍ୱର୍ଗତ ଶ୍ରୀ ଉପେନ୍ଦ୍ର ନାରାୟଣ ପଣ୍ଡା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଅପରାହ୍ନ ରେ ସୁବର୍ଣ୍ଣପୁର ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟlଳୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗୀୟ ସାମ୍ବାଦିକ ଦ୍ୱୟ ଙ୍କ ଅମର ଆତ୍ମା ର ଶାନ୍ତି ଲାଗି ବିଭିନ୍ନ ଗଣମାଧ୍ୟମ ଓ ଅଫିସ କର୍ମଚାରୀ ଙ୍କ ସହ ଦୀପ ଓ ପୁଷ୍ପ ପ୍ରଦାନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l

ଅତିଥି ଶ୍ରୀ ଭୋଇ ଙ୍କ ସମେତ ବିଭାଗ ର ବରିଷ୍ଠ କର୍ମଚାରୀ ଶ୍ରୀ ବିଦ୍ୟlପତି ପଣ୍ଡା, ଶ୍ରୀ ପଟ୍ଟନାୟକ, ସଂଘ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ରାଜ୍ୟ ଉପ ସଭାପତି ରାଜ କିଶୋର ତ୍ରିପାଠୀ, ଜ଼ିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଲଷ୍ମେନ୍ଦ୍ର ବେଜ, ଯୁଧିଷ୍ଠିର ସାହୁ ଏହି ଶୋକ ସଭା ରେ ଉପସ୍ଥିତ ଥିଲେ l

ପ୍ରତି ଜ଼ିଲ୍ଲା ରୁ ଏହି ସଂଘ ର ସମସ୍ତ ସଦସ୍ୟ ଓ ଶୁଭେଛୁ ମାନଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ମୃତ ବିଶ୍ୱାଳ ଙ୍କ ଶୁଦ୍ଧିକ୍ରିୟା ବେଳେ ସହାୟତା ପ୍ରଦାନ କରାଯିବାକୁ ରାଜ୍ୟ ସଂଘ କର୍ମକର୍ତ୍ତା ଙ୍କ ପକ୍ଷରୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ଶ୍ରୀ ବିଶ୍ୱାଳ ଙ୍କ ପରିବାର କୁ ଏକ ହାଜର ଟଙ୍କା ବ୍ୟକ୍ତିଗତ ଭାବେ ସହାୟତା ପ୍ରଦାନ କରିଛନ୍ତି l