ବଡ ପରଦାକୁ ପୁଣି ଫେରୁଛି ‘ଶକ୍ତିମାନ’ : ସୋନି ପିକଚର୍ସ ସେୟାର କଲା ଫିଲ୍ମର ପ୍ରଥମ ଝଲକ

0
141
ବଡ ପରଦାକୁ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୨/୦୨) : ବଡ ପରଦାକୁ ପୁଣି ଫେରୁଛି ‘ଶକ୍ତିମାନ’ ! ଟେଲି ପରଦା ର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କ ପ୍ରିୟ ପସନ୍ଦ ଶୋ ମନେଥିବ । ୯୦ ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ‘ଶକ୍ତିମାନ’କୁ କିଏ ବା ଭୁଲିପାରେ ।

‘ଶକ୍ତିମାନ’ ଚରିତ୍ରରେ ନଜର ଆସିଥିବା ଅଭିନେତା ମୁକେଶ ଖନ୍ନାଙ୍କୁ କେହି କେହି ଆଜି ବି ‘ଶକ୍ତିମାନ’ ବୋଲି ଡାକନ୍ତି । ଇତି ମଧ୍ୟରେ ଦର୍ଶକଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ପୁଣି ଥରେ ବଡ ପରଦାକୁ ଫେରୁଛି ‘‘ଶକ୍ତିମାନ’। ‘ଶକ୍ତିମାନ’ ଉପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ସୋନି ପିକଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମକୁ ୩ଟି ଭାଗରେ ନିର୍ମାଣ କରାଯିବ ।

ଆକ୍ସନ, ଥ୍ରୀଲର ଓ ସସ୍‌ପେନ୍ସ ଥିବା ଏହି ଫିଲ୍ମରେ ଶକ୍ତିମାନ ଚରିତ୍ରରେ ଜଣେ ବଲିଉଡ୍‌ ର ସୁପରଷ୍ଟାର ନଜର ଆସିବେ ବୋଲି ଜଣାପଡ଼ିଛି । ନିକଟରେ ଏହି ଫିଲ୍ମର ଏକ ଛୋଟ ଟିଜର ସେୟାର ହୋଇଛି । ତରନ ଆଦର୍ଶ ନିଜର ଅଫିସିଆଲ ଟୁଇଟରରେ ଏହି ଟିଜରକୁ ସେୟାର କରିଛନ୍ତି । ଏହି ଟିଜରକୁ ଦେଖିବା ପରେ ଦର୍ଶକମାନେ ଫିଲ୍ମକୁ ନେଇ ଅପେକ୍ଷା କରିଛନ୍ତି ।