ଆଇପିଏଲ ମହା ନିଲାମୀ ରେ ୬୦୦ ଜଣ ଖେଳାଳୀଙ୍କ ର ହେବ ଭାଗ୍ୟ ପରୀକ୍ଷା

0
129
ଆଇପିଏଲ ମହା ନିଲାମୀ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୨/୦୨) : ଆଇପିଏଲ ମହା ନିଲାମୀ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ । ବାସ୍ ଆଉ ମାତ୍ର କେଇ ମିନିଟ ର ଅପେକ୍ଷା । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଆଉ ଏମାନଙ୍କୁ କିଣିବାକୁ ମୋଟ ୫୬୧.୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ଫ୍ରାଞ୍ଚାଇଜ । ଏହା ପୂର୍ବରୁ ରିଟେନ ପ୍ରକ୍ରିୟା ଶେଷ ହୋଇଥିଲା । ଆଉ ମୋଟ ୧୦ ଟି ଟିମ୍ ୩୩ ଖେଳାଳୀଙ୍କୁ ରିଟେନ ଓ ଡ୍ରାଫ୍ଟ ଜରିଆରେ ଦଳରେ ସାମିଲ କରିଛନ୍ତି । ଆଉ ଏଥି ପାଇଁ ୩୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଫ୍ରାଞ୍ଚାଇଜ । ରିଟେନ ଓ ଡ୍ରାଫ୍ଟ ପରେ କେ.ଏଲ ରାହୁଲ ହିଁ ସବୁଠୁ ଦାମୀ ଖେଳାଳୀ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ କେ.ଏଲ ରାହୁଲଙ୍କୁ ୧୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଆଇପିଏଲ ମହା ନିଲାମୀ ଅନୁଯାୟୀ କୌଣସି ନିଲାମୀରେ ସର୍ବନିମ୍ନ ୬୭ କୋଟି ଓ ସର୍ବାଧିକ ୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ।

ଚଳିତ ଥର ମହାନିଲାମୀରେ ଅନେକ ରେକର୍ଡ ଭାଙ୍ଗିବ । ବଡ ବଡ ଚେହେରା ମହାନିଲାମୀ କୁ ଓହ୍ଲାଇ ଥିବାରୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ବି ବଡ ଚେହେରାଙ୍କୁ କିଣିବା କୁ ପ୍ରତିଯୋଗିତା ଦେଖିବାକୁ ମିଳିବ । ଆଉ ମହାନିଲାମୀ ର ପ୍ରଥମ ଦିନରେ ହିଁ ଏହି ଦୃଶ୍ୟ ଦେଖିବାକୁ ମିଳିବ । କାରଣ ମହାନିଲାମୀ ର ପ୍ରଥମ ଦିନରେ ହିଁ ବଡ ଚେହେରାଙ୍କ ନିଲାମୀ ହେବ ।

ଯେଉଁମାନଙ୍କ ମଧ୍ୟରେ ଶ୍ରେୟସ ଆୟର, ଇଶାନ କିଷାନ ଶିଖର ଧୱନ, ମହମ୍ମଦ ସାମି, ଡେଭିଡ ୱାର୍ଣ୍ଣର, ଜାସନ ହୋଲଡର, ଜେସନ ରୟ, ଫାଫ୍ ଡୁ ପ୍ଲେସିସ୍, କ୍ୱିଣ୍ଟନ ଡି କକ୍, ପ୍ୟାଟ କମିନ୍ସ, କାଗିସୋ ରବଡାଙ୍କ ଭଳି ବଡ ଚେହେରା ରହିଛନ୍ତି । ଯେଉଁମାନଙ୍କୁ କିଣିବାକୁ ଫ୍ରାଞ୍ଚାଇଜ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ । ମହାନିଲାମୀ ର ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ ।