ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଚର୍ଚ୍ଚାରେ

0
126
ଦେଶୀ ବର

ରିପୋର୍ଟ : ରାମନାଥ ଗନ୍ତାୟତ //
ନୂଆଦିଲ୍ଲୀ, (୧୨/୦୨) : ରାଜସ୍ଥାନ ର ସିକର ର ପିପ୍ରାଲି ରୋଡ୍‌ ଅଞ୍ଚଳରେ ଜଣେ ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କନ୍ୟାଙ୍କ ଘର କାଜାଖସ୍ତାନ ର ହୋଇଥିବା ବେଳେ ବରଙ୍କ ଘର ସିକରରେ ।

ବେଶ୍‌ ଧୁମ୍‌ଧାମ୍‌ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲେ ହେଁ ଏଥିରେ କନ୍ୟା ପକ୍ଷରୁ କେହି ଆସି ନ ଥିଲେ । କାରଣଟି ଥିଲା ଭିସା । ଭିସା ଉପଲବ୍ଧ ନ ଥିବାରୁ ବର ତାନିଆଙ୍କ ପରିବାର ର ଜଣେ ବି ସଦସ୍ୟ ଭାରତ ଆସିପାରି ନ ଥିଲେ । ଏଭଳି ପରିସ୍ଥିତିରେ ଦେଶୀ ବର ପଙ୍କଜ ସାଇନିଙ୍କ ଭାଇଙ୍କୁ ଶ୍ୱଶୁର କନ୍ୟାଦାନ କରିଥିଲେ । ଏଥିସହ ବିବାହ ର ସମସ୍ତ ଖର୍ଚ୍ଚ ମଧ୍ୟ ଉଠାଇଥିଲେ ।

ପଙ୍କଜ କହିଛନ୍ତି, ଆୟର୍ଲାଣ୍ଡର ଏକ ଖୁଚୁରା କମ୍ପାନୀରେ ସେ ମାର୍କେଟିଂ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି । ଜାନୁଆରୀ ୨୦୧୯ ରେ ସେ କମ୍ପାନୀ ର କାର୍ଯ୍ୟ ଯୋଗୁଁ ତୁର୍କୀ ଯାଇଥିଲେ । ଏହି ସମୟରେ, କାଜାଖସ୍ତାନ ର ବାସିନ୍ଦା ତାନିଆ ମଧ୍ୟ ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବା ପରେ ତୁର୍କୀ ପରିଦର୍ଶନ କରିବାକୁ ଆସିଥିଲେ । ଯେଉଁଠାରେ ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଥିଲେ । ପ୍ରଥମ ଦେଖାରେ ଦୁହେଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ ।

ତୁର୍କୀ ବିମାନ ବନ୍ଦରରେ ସାକ୍ଷାତ ପରେ ତାନିଆ କାଜାଖସ୍ତାନରେ ଥିବା ନିଜ ଘରକୁ ପଙ୍କଜଙ୍କୁ ନେଇଥିଲେ ।