Friday, March 29, 2024

Top 5 This Week

Related Posts

ଭିଜିଲାନ୍ସ ଜାଲରେ କ. ନୂଆଗାଁ ବନବିଭାଗ ରେଞ୍ଜର

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୧୧/୨) : ଭିଜିଲାନ୍ସ ଜାଲରେ କ. ନୂଆଗାଁ ପରେଷ୍ଟ ରେଞ୍ଜର ବୈରାଗୀ ଚରଣ ବେହେରା ଫସିଛନ୍ତି l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଭିଜିଲାସନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି lc3a2be4b 52d5 4ade 90f0 ddf18289319e ଭିଜିଲାନ୍ସ ଜାଲରେ କ. ନୂଆଗାଁ ବନବିଭାଗ ରେଞ୍ଜର

ଭିଜିଲାନ୍ସ ଜାଲରେ କ. ନୂଆଗାଁ ବନବିଭାଗ ରେଞ୍ଜର l ବ୍ରହ୍ମପୁର ଭିଜିଲାନ୍ସର ନଅ ଜଣିଆ ଟିମ ର କ. ନୂଆଗାଁ ରେଞ୍ଜ ଅଫିସ ଓ ସରକାରୀ କ୍ୱାର୍ଟର ରେ ଚଢ଼ାଉ ଜାରୀ ରହିଛି l ଏଥି ସହ ଭଞ୍ଜନଗର ଲଣ୍ଡେଇ ସାହି ଓ ବୌଦ୍ଧ ଜିଲ୍ଲା ବୁଟୁପାଲି ର ବାସ ଭବନ ଓ ଭଞ୍ଜନଗର ଦଦରଲଣ୍ଡା ର କୁକୁଡ଼ା ଫାର୍ମ ରେ ମଧ୍ୟ ଭିଜିଲାସନ୍ସ ର ଚଢ଼ାଉ ଚାଲିଥିବା ସୂଚନା ମିଳିଛି l ମୋଟ ସାତଟି ସ୍ଥାନରେ ଭିଜିଲାସନ୍ସ ର ଚଢ଼ାଉ ଚାଲିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l

ତେବେ ବର୍ତମାନ ଯାଇ ଭିଜିଲାସନ୍ସ ର ଚଢ଼ାଉ ଜାରୀ ରହିଥିବା ବେଳେ ଆକଳନ ପରେ ଅଧିକ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କୁହା ଯାଇଛି | ଏହି ଚଢାଉ ରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ, ବ୍ରହ୍ମପୁର ର ସୌମ୍ୟ କାନ୍ତ ପଣ୍ଡା ସମେତ ନଅ ଜଣିଆ ପ୍ରତିନିଧି ଆସି ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles