ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

0
576
ନୂଆଗଡ ବ୍ଲକ ଶିକ୍ଷା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୧/୦୨) : ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ଭିଜିଲାନ୍ସ ପଞ୍ଝା ରେ ପଡି ଗିରଫ ହୋଇଛନ୍ତି ।

ପ୍ରାପ୍ତ ସୂଚନା ପାଇ ବ୍ରହ୍ମପୁର ଭିଜିଲାନ୍ସ ଏସ ପି ଙ୍କ ନିର୍ଦ୍ଧେଶ ରେ ଆଜି ସାଢେ଼ ୨ ଟା ରେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କିଶୋର ନାୟକ (ଓ ଇ ଏସ) ନିଜ ବ୍ଲକ ର ଜଣେ ଶିକ୍ଷକ ଉକ୍ତ ବ୍ଲକ ର ଏକୌତେଣ୍ଟ ଓ ବି ଇ ଓ ଉଭୟେ ତାଙ୍କ ବକେୟା ଦରମା ରିଲିଜ୍ କରିବା ପାଇଁ ୩୦,୦୦୦ ଲଂଚ ନେଉ ଥିବା ବେଳେ ଭିଜିଲାନ୍ସ ଉଭୟ ଙ୍କୁ ଧରି ସେମାନଙ୍କ ପାଖରୁ ନେଇଥିବା ଲାଞ୍ଚ ଟଙ୍କା ଉଦ୍ଧାର କରିଛନ୍ତି । ଉଭୟ ଙ୍କୁ ପଚରା ଉଚୁରା କରି ଗିରଫ କରି ଏକ ମକଦ୍ଦମା ନ 1/22 ରେ ରୁଜୁ କରିଛନ୍ତି, ଏମାନଙ୍କ ବିରୋଧ ରେ 7PC ଧାରା 1998 ଅନୁଯାୟଇ ଏକ କେଶ୍ ରୁଜୁ କରିଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଜଣ ଯାଇଛି ।