ଓଡିଶା ର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣଙ୍କ ସମ୍ମାନାର୍ଥେ ସଭା ର ଆୟୋଜନ

0
425
ଓଡିଶା ର ପ୍ରଧାନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୧/୦୨) : ତା ୧୧/୦୨/୨୦୨୨ ରିଖ ଶୁକ୍ରବାର ଦିନ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ୧୯୭୮ ମସିହାର ମାଟ୍ରିକ ବ୍ୟଚ ର ସବୁଠାରୁ ଅଧିକ ନମ୍ବର ପାଇଥିବା ସଫଳତମ ଛାତ୍ର ଶ୍ରୀଯୁକ୍ତ ଶିଶିର କୁମାର ରଥ (IFS) ବର୍ତମାନ ଓଡିଶା ର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ (PCCF)ଙ୍କ ସଂମାନାତର୍ଥ ଏକ ସଭାର ଆୟୋଜନ କରାଯାଇଥିଲା ।59941e74 bc91 49ba 81c6 20f7e72b19d0 ଓଡିଶା ର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣଙ୍କ ସମ୍ମାନାର୍ଥେ ସଭା ର ଆୟୋଜନ

ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ (OES-I) ସଭାପତି ଆସନ ଅଳଙ୍କୃତ କରିଥିଲେ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକଙ୍କ ସ୍ୱାଗତ ସମ୍ଭାଷଣ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହେଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ରଥ ସେ ସମୟ ର ଶିକ୍ଷକ ଶ୍ରୀ ଏ. ଆପ୍ପା ରାଓ ପଟ୍ଟନାୟକ, ଶ୍ରୀ ଉଦୟ ଚନ୍ଦ୍ର ପଣ୍ଡା, ଶ୍ରୀ ରମେଶ କୁମାର ସାହୁ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ପୁଷ୍ପଗୁଛ ଓ ଉପଢଙ୍କନ ଦେଇ ସନମାନୀତ କରି ଥିଲେ ଓ ବର୍ତମାନ ର କୃତି ଛାତ୍ର ଛାତ୍ରୀଙ୍କୁ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଓଡିଶା ର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ଶ୍ରୀଯୁକ୍ତ ଶିଶିର କୁମାର ରଥ ସେ ଦିନ ର ବିଦ୍ୟାଳୟ ର ଶିକ୍ଷାଦାନ ତଥା ନିଜ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ନିଜ ଚରିତ୍ର ଗଠନ ପାଇଁ ଆହ୍ୱାନ ଦେଇ ଥିଲେ । ସାମାନ୍ୟ ଘାତପ୍ରତି ଘାତ ରେ ଭାଙ୍ଗି ନପଡ଼ି , କଠିନ ପରିଶ୍ରମ ଦ୍ୱାରା ନିଜ ଭବିଷ୍ୟତ ଗଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସଭାପତି ଶ୍ରୀ ଭଜନଲାଲ ମାଝୀ ଉତ୍ସହ ଓ ଉଦିପନା ର ସମୟ ଛାତ୍ର ଜୀବନ, ଏଣୁ ଏହି ଶକ୍ତି ନେଇ ଜୀବନର ଲକ୍ଷ୍ୟ କରି ଛାତ୍ର ଜୀବନ ତଥା ଭବିଷ୍ୟତ ଜୀବନ ଗଢିବା ପାଇଁ ଉଦବୋଧନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ପିଲାମାନଙ୍କ ଠାରେ ସଚେତନତା ସୃଷ୍ଟି କରିଥିଲେ, ମୁଖ୍ୟ ଅତିଥିଙ୍କୁ ଉପଢଙ୍କନ ଦେଇ ସଂମ୍ମାନିତ କରିବା ପରେ ଧନ୍ୟବାଦ ପ୍ରସ୍ଥାବ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା ।40323fd6 baa5 4a31 9224 f5404c006c95 ଓଡିଶା ର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣଙ୍କ ସମ୍ମାନାର୍ଥେ ସଭା ର ଆୟୋଜନ

ଏହି ସଭାରେ ଜଙ୍ଗଲ ବିଭାଗ RCCF, DFO, ACF, ରେଞ୍ଜର, ଫୋରେଷ୍ଟର, ଫୋରେଷ୍ଟଗାଡ଼ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସଭା ର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ଅଶୋକ କୁମାର ଦାସ, ଶ୍ରୀ ଏମ. ମୁରଲୀ, ଶ୍ରୀମତୀ କାଞ୍ଚନା କୁମାରୀ ସାହୁ, କୁମାରୀ ଜ୍ୟୋସ୍ନାରାଣୀ ବେହେରା, ଶ୍ରୀ ସୁନୀଲ କୁମାର ମହାନ୍ତ ଓ ଅନ୍ୟ ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରି ସଭା ପରିଚାଳନା କରିଥିଲେ ।